• ସୂର୍ଯ୍ୟସ୍ନାତା ଦାସ

ଅପରାଧ ଯେବେ ହୁଏ ଧର୍ଷଣ ଓ ଶକ୍ତଦଣ୍ଡ ହେବ ତେବେ ବର୍ଷଣ



ଆଜିର ସମୟରେ ଧର୍ଷଣ ବା ବଳାତ୍କାରର ଅପରାଧୀଙ୍କ ସଂଖ୍ୟା ଖୁବ ବଢିବାରେ ଲାଗିଛି।ଏହାକୁ ତାଳ ଦେଇ ଆଇନ ଦିନକୁ ଦିନ ଶକ୍ତ ହେବାରେ ଲାଗିଛି।ତେବେ ଆସନ୍ତୁ ଜାଣିବା ଏହି ସମ୍ପର୍କରେ ସଂହିତାର ଦୃଷ୍ଟିକୋଣ କଣ ହୋଇଥାଏ।


ଜଣେ ପୁରୁଷ ଧର୍ଷଣ କରିଛନ୍ତି ବୋଲି କୁହାଯିବ

ଯନ୍ଦି ସେ –


ନାରୀର ଇଚ୍ଛା ବିରୁଦ୍ଧରେ,ଅବା ନାରୀର ମୁକ୍ତ ସମ୍ମତି ବ୍ୟତୀତ ଅଥବା ଅଠର ବର୍ଷରୁ କମ୍ ବର୍ଷ ବାଳିକାର ସମ୍ମତିରେ ମଧ୍ୟ


-ଉକ୍ତ ନାରୀର ଯୋନିନାଳି, ମୁଖ, ମୂତ୍ରନାଳୀ କିମ୍ବା ମଳ ଦ୍ୱାର ଭିତରକୁ ପୁଂଜନେନ୍ଦ୍ରିୟ କିମ୍ବା ଅନ୍ୟ କୌଣସି ବସ୍ତୁ ବା ଶରୀରର ଏକ ଅଂଶକୁ କୌଣସି ପରିମାଣରେ ଅନ୍ତଃପ୍ରବେଶ କରିଦିଅନ୍ତି କିମ୍ବା ନାରୀଟିକୁ ତାଙ୍କ ସହିତ କିମ୍ବା ଅନ୍ୟ କୌଣସି ବ୍ୟକ୍ତି ସହିତ ଏପରି କରାନ୍ତି; କିମ୍ବା


-ଏପରି କରିବା ଉଦ୍ଦେଶ୍ୟରେ ନାରୀର ଶରୀରର କୌଣସି ଅଂଶକୁ ଏପଟସେପଟ କରନ୍ତି ଅବା


- ନାରୀର ଉପରୋକ୍ତ ସ୍ଥାନ ମାନଙ୍କରେ ନିଜ ମୁଖ ପ୍ରୟୋଗ କରନ୍ତି କିମ୍ବା ନାରୀଟିକୁ ତାଙ୍କ ସହିତ କିମ୍ବା ଅନ୍ୟ ବ୍ୟକ୍ତି ସହିତ ଏପରି କରାନ୍ତି;


ତେବେ ସେ ଧର୍ଷଣ କରିଛନ୍ତି ବୋଲି କୁହାଯିବ।ଉପରୋକ୍ତ କ୍ଷେତ୍ରରେ ନାରୀ ତରଫରୁ କୌଣସି ପ୍ରତିରୋଧ ଥିଲେ ଅବା ସେ ନିଶାଗ୍ରସ୍ତ ଥିଲେ ଅବା ତାଙ୍କୁ ମୃତ୍ୟୁ କିମ୍ବା ଗୁରୁତର ଆଘାତର ଧମକ ଦେଇ ବାଧ୍ୟ କରାଯାଇଥିଲେ,ତାହା ମୁକ୍ତ ସମ୍ମତିର ଅଭାବରେ ଧର୍ଷଣ ବୋଲି କଥିତ ହେବ।ତେବେ ଏହି ପ୍ରକ୍ରିୟା ଯଦି ଚିକିତ୍ସା ପଦ୍ଧତି ନିମନ୍ତେ କରାଯାଉଥିବ,ତେବେ ତାହା ଧର୍ଷଣ ହୋଇନଥାଏ।


ଆପଣ ତ ଜାଣନ୍ତି ଧର୍ଷଣ ମାନବିକତା ତଥା ଆଇନ ଦୃଷ୍ଟି କୋଣରୁ ଏକ ଗୁରୁତର ଅପରାଧ।ଏହା ନିମନ୍ତେ ସଂପ୍ରତି ସଂହିତାର ଦଫା ୩୭୬ ଅନୁସାରେ ଅତିକମରେ ଦଶବର୍ଷର ଦଣ୍ତ ତଥା ଜରିମାନାର ବ୍ୟବସ୍ଥା ରହିଛି ଯାହା ଆବଶ୍ୟକ ସ୍ଥଳେ ଆଜୀବନ କାରାଦଣ୍ଡକୁ ମଧ୍ୟ ରୂପାନ୍ତରିତ ହୋଇପାରେ।ଧର୍ଷଣ ଭଳି ଘୃଣ୍ଯ ଅପରାଧ ନିମନ୍ତେ ଆଇନକୁ ଅଧିକ ଶକ୍ତ କରିବାର ଲକ୍ଷ୍ୟ ନେଇ ୨୦୧୮ରେ ଏହି ଦଣ୍ତସଂହିତାରେ କେତୋଟି ସଂଶୋଧନ ରୂପକ ବ୍ୟବସ୍ଥା ଯୋଡାଯାଇଛି।ଏହା ଅନୁସାରେ ବର୍ତ୍ତମାନ ଷୋହଳ ବର୍ଷରୁ କମ୍ ବୟସର ବା ବାର ବର୍ଷ ବୟସରୁ କମ ବୟସର ନାବାଳିକାକୁ ଧର୍ଷଣ କଲେ ଜରିମାନା ସହିତ ସଶ୍ରମ କାରାଦଣ୍ଡର ସୀମା ଅତି କମରେ କୋଡିଏ ବର୍ଷରୁ ଆରମ୍ଭ ହୋଇ ଆଜୀବନ କାରାଦଣ୍ଡ ପର୍ଯ୍ୟନ୍ତ ସଂପ୍ରସାରିତ ହୋଇପାରେ।ଏହି ବୟସରୁ କମ ନାବାଳିକା ମାନଙ୍କର ଗଣଧର୍ଷଣ କ୍ଷେତ୍ରରେ ଅପରାଧୀମାନେ କେବଳ ଆଜୀବନ କାରାଦଣ୍ତରେ ହିଁ ଦଣ୍ଡିତ ହେବାକୁ ଯୋଗ୍ୟ ହେବେ ।ଏ କ୍ଷେତ୍ରରେ ସେମାନଙ୍କଠୁଁ ଉଚିତ ପରିମାଣର ଜରିମାନା ମଧ୍ୟ ଆଦାୟ କରାଯିବ ଯାହା ପୀଡିତାଙ୍କର ଚିକିତ୍ସା ଏବଂ ଥଇଥାନ ନିମନ୍ତେ ବ୍ୟବହାର କରାଯିବା ପାଇଁ ପୀଡିତାଙ୍କୁ ଦିଆଯିବ।


ରକ୍ଷକ ଯେତେବେଳେ ଭକ୍ଷକ ସାଜେ,ସେ କ୍ଷେତ୍ରରେ ଅପରାଧର ଗମ୍ଭୀରତା ଅଧିକ ବଢି ଯାଇଥାଏ।ସଂହିତା ଅନୁସାରେ ଯଦି ଜଣେ ବ୍ୟକ୍ତି


(କ) ପୁଲିସ ଅଫିସର ହୋଇ, ଧର୍ଷଣ ସଂଗଠନ କରନ୍ତି –

(ଖ) ଲୋକ-ସେବକ ହୋଇ ହେପାଜରେ ଥିବା କୌଣସି ବ୍ୟକ୍ତିଙ୍କୁ ଧର୍ଷଣ କରନ୍ତି;

(ଗ)ସଶସ୍ତ୍ର ସେନାବାହିନୀର ସଦସ୍ୟ ରୂପେ କେନ୍ଦ୍ର କିମ୍ବା ଏକ ରାଜ୍ୟ ସରକାରଙ୍କ ଦ୍ଵାରା ନିଯୁକ୍ତ ଥାଇ ସେହି ଅଞ୍ଚଳରେ ଧର୍ଷଣ କରନ୍ତି; ବା

(ଘ) କୌଣସି ଜେଲ, ବନ୍ଦୀ ପ୍ରତ୍ୟାବର୍ତ୍ତନ ଗୃହ କିମ୍ବା ଅନ୍ୟ କୌଣସି ହେପାଜନ ସ୍ଥାନ ଯାହାକି କୌଣସି ପ୍ରଚଳିତ ଆଇନ୍ ଦ୍ଵାରା ସ୍ଥାପନ କରାଯାଇଛି

(ଙ) କୌଣସି ଡାକ୍ତରଖାନାର ପରିଚାଳନାରେ ଥାଇ ସେହି

ଡାକ୍ତରଖାନାର ଏପରି କଲେ

(ଚ) ନାରୀ ଉପରେ କର୍ତ୍ତୃତ୍ଵ ରଖୁଥିବା ସ୍ଥିତି ଅର୍ଥାତ ସମ୍ପର୍କୀୟ, ଅଭିଭାବକ କିମ୍ବା ଶିକ୍ଷକ ହୋଇ ଏପରି କଲେ

(ଛ) ଗୋଷ୍ଠୀଗତ କିମ୍ବା ସାମ୍ପ୍ରଦାୟିକ ହିଂସା ସମୟରେ

(ଜ) ଗର୍ଭବତୀ ନାରୀକୁ ଧର୍ଷଣ କଲେ କିମ୍ବା

(ଝ)*******


(ଞ) ସମ୍ମତ ଦେବାରେ ଅକ୍ଷମ କୌଣସି ନାରୀ ସହ ଏପରି କଲେ

(ଟ) କୌଣସି ସ୍ତ୍ରୀ ଲୋକ ଉପରେ ନିୟନ୍ତ୍ରଣ କିମ୍ବା ପ୍ରଭୁତ୍ଵ ରଖୁଥିବା ଅବସ୍ଥାରେ ଏପରି କଲେ

(ଠ) ମାନସିକ କିମ୍ବା ଶାରୀରିକ ଅକ୍ଷମତାରେ ପୀଡ଼ିତ ଥିବା କୌଣସି ନାରୀକୁ ଧର୍ଷଣ କଲେ

(ଡ) ଧର୍ଷଣ ଦ୍ଵାରା ନାରୀର ଗୁରୁତର ଶାରୀରିକ କ୍ଷତି ହେଲେ ବା ଜୀବନ ବିପଦାପନ୍ନ ହେଲେ; କିମ୍ବା

(ଢ) ସେହି ଏକ ସ୍ତ୍ରୀଲୋକକୁ ବାରମ୍ବାର ଧର୍ଷଣ କଲେ;


ଉକ୍ତ ବ୍ୟକ୍ତି ଜଣଙ୍କ ଜରିମାନା ସହିତ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ହୋଇଥାଏ ଯାହାର ସମୟସୀମା ଦଶ ବର୍ଷରୁ ଆରମ୍ଭ ହୋଇ ଆଜୀବନ କାରାଦଣ୍ଡ ପର୍ଯ୍ୟନ୍ତ ସମ୍ପ୍ରସାରିତ ହୋଇପାରିଥାଏ ।ପ୍ରାଧିକାରରେ ଥିବା ଜଣେ ବ୍ୟକ୍ତିଙ୍କ ଦ୍ଵାରା ଅପବ୍ୟବହାର ପୂର୍ବକ ଯୌନ ସମ୍ଭୋଗ ନିମନ୍ତେ ମଧ୍ୟ ଦଫା - ୩୭୬ ଗ', ଅନୁସାରେ ଅତିକମରେ ପାଞ୍ଚବର୍ଷ ପର୍ଯ୍ୟନ୍ତ ଦଣ୍ଡବିଧାନ ହୋଇଥାଏ।


କେବଳ ଏତିକି ନୁହେଁ,ଏହି ଜଘନ୍ୟ ଅପରାଧ ଦ୍ଵାରା ମୃତ୍ୟୁ ଘଟିଲେ କିମ୍ବା ପରିଣାମ ସରୂପ ପୀଡ଼ିତା ଚିର ସମ୍ବେଦନହୀନ ଅବସ୍ଥାକୁ ଟାଣିହୋଇଗଲେ, ଅପରାଧୀ ପାଇଁ ସଶ୍ରମ କାରାଦଣ୍ଡର ସୀମା କୋଡିଏ ବର୍ଷରୁ ଆରମ୍ଭ ହୋଇ ଆଜୀବନ କାରାଦଣ୍ଡ ପର୍ଯ୍ୟନ୍ତ ବଢିପାରିଥାଏ।ଗଣଧର୍ଷଣ ନିମନ୍ତେ ମଧ୍ୟ ଏହି ଦଣ୍ଡାଦେଶ ମିଳିଥାଏ।


ଆପଣ ଜାଣିଛନ୍ତି କି, ନ୍ୟାୟାଳୟର ଆଦେଶ ଅନୁଯାୟୀ ଅଲଗା ରହୁଥିବା ସମୟରେ ଯଦି ଜଣେ ସ୍ଵାମୀ ନିଜ ସ୍ତ୍ରୀଙ୍କ ବିନା ସମ୍ମତିରେ ଶାରୀରିକ ସମ୍ପର୍କ ସ୍ଥାପନ କରନ୍ତି,ତେବେ ଦଫା - ୩୭୬ ‘ଖ’.ଅନୁଯାୟୀ ଏହାକୁ ଏକ ଅପରାଧ ବୋଲି ବିବେଚନା କରାଯାଇ ଜରିମାନା ସହିତ ତାଙ୍କୁ ଅତିକମରେ ଦୁଇବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ମିଳିଥାଏ।


ଦଣ୍ଡ ପାଇସାରି ମଧ୍ୟ ବାରମ୍ବାର ଅପରାଧ କରୁଥିବା ଅପରାଧୀ ସମାଜ ପାଇଁ ଅତ୍ୟଧିକ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ।ତେଣୁ ଧର୍ଷଣ ଭଳି ଗମ୍ଭୀର ଅପରାଧ କ୍ଷେତ୍ରରେ ଆଇନ ଉକ୍ତ ଅପରାଧ ପାଇଁ ଖୁବ ଶକ୍ତ ହୋଇଥାଏ। କେହି ଦଫା ୩୭୬ କିମ୍ବା ଦଫା ୩୭୬-କ କିମ୍ବା ଦଫା ୩୭୬-ଘ ଅନ୍ତର୍ଗତ ଦଣ୍ଡନୀୟ ଅପରାଧରେ ପୂର୍ବରୁ ଦୋଷୀ ସାବ୍ୟସ୍ତ ହୋଇ ପୁନଶ୍ଚ ସେହି ଦଫା ମଧ୍ୟରୁ କୌଣସି ଏକ ଦଫା ଅନ୍ତର୍ଗତ ଦଣ୍ଡନୀୟ ଅପରାଧରେ ଦୋଷୀ ସାବ୍ୟସ୍ତ ହେଲେ ଆଜୀବନ କାରାଦଣ୍ଡରେ ଅବା ମୃତ୍ୟୁଦଣ୍ଡରେ ଦଣ୍ଡିତ ହେବା ଯୋଗ୍ୟ ହୋଇଯାଆନ୍ତି।

Our Recent Posts

Law in Odia

India

LAW IN ODIA