• ସୂର୍ଯ୍ୟସ୍ନାତା ଦାସ

ଅଭିନନ୍ଦନ

ସଚେତନତାଧର୍ମୀ ଏହି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମଟିକୁ ସଫଳ କରିଥିବାରୁ ଧନ୍ୟବାଦ।


ଗୁଗୁଲ ଫର୍ମରେ ଲିଙ୍କଟି ଦିବସବ୍ୟାପୀ କାର୍ଯ୍ୟକାରୀ ରହିଥିବାରୁ ପ୍ରତିଯୋଗିତା ସମୟର ପରବର୍ତ୍ତୀ ସମୟରେ ମଧ୍ୟ ଅନେକ ଅଂଶଗ୍ରହଣକାରୀ ଏଥିରେ ଯୋଗଦାନ କରିଛନ୍ତି, ତେବେ ୧୨.୩୦ ରୁ ୧୨.୪୦ ପର୍ଯ୍ୟନ୍ତ ସେ ସ୍ବଳ୍ପ ସମୟ, ଯାହାକୁ ପ୍ରତିଯୋଗିତାର ସମୟ ଭାବରେ ନିରୂପିତ କରାଯାଇଥିଲା,ସେ ସମୟ ମଧ୍ୟରେ ବିଭିନ୍ନ କାରଣର ଉପସ୍ଥିତି ଯୋଗୁଁ ପ୍ରତିଯୋଗୀଙ୍କ ସଂଖ୍ୟା ଅଧିକ ହୋଇପାରିନଥିଲା, ଯଦିଓ ପରବର୍ତ୍ତୀ ସମୟରେ (ଯାହା ପ୍ରତିଯୋଗିତାର ସମୟ ନଥିଲା), ଅନେକ ଅଂଶଗ୍ରହଣକାରୀ ଫର୍ମ ଦାଖଲ କରିଥିଲେ ।


ତେବେ ଆରମ୍ଭରୁ ସ୍ଥିର ହୋଇଥିବା ପ୍ରତିଯୋଗିତାର ନିୟମ ଅନୁଯାୟୀ କେବଳ ଉକ୍ତ ସମୟ ମଧ୍ୟରେ ଭାଗ ନେଇଥିବା ପ୍ରତିଯୋଗୀ,(ଯେଉଁମାନେ କି ଆଇନ ବିଭାଗରେ ଅଧ୍ୟୟନରତ ନୁହଁନ୍ତି)ମାନଙ୍କ ମଧ୍ୟରୁ ହିଁ ବିଜେତା ନିର୍ଣ୍ଣୟ ହେବାର ଥିଲା । ପ୍ରତିଯୋଗିତାର ପରବର୍ତ୍ତୀ ସମୟରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଓଡ଼ିଆରେ ନାମ ପଠାଇବାକୁ ଇ-ମେଲ ଯାଇଥିଲା ଏବଂ ଖୁବ ଶୀଘ୍ର ସେମାନେ ସମସ୍ତେ ଭାଗ ନେବାର ପ୍ରମାଣପତ୍ର ସହ ଲ' ଇନ ଓଡ଼ିଆ ତରଫରୁ ଏକ ଧନ୍ୟବାଦ ଅର୍ପଣ ପତ୍ର ପାଇବେ।


ତେବେ ଉକ୍ତ ପ୍ରତିଯୋଗିତାର ସମୟ ମଧ୍ୟରେ ଭାଗ ନେଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ବିଜେତା ମାନେ ହେଲେ -


ପ୍ରଥମ - ମଧୁସ୍ମିତା ପତି


ଦ୍ବିତୀୟ - ଅଭିନବ ମହାନ୍ତି


ତୃତୀୟ -କାର୍ତ୍ତିକ ସାମଲ


ବିଜେତା ମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା। ପୁରସ୍କାର ସ୍ବରୂପ ସେମାନଙ୍କୁ ତାଙ୍କ ପସନ୍ଦ ଅନୁସାରେ ଓଡ଼ିଆ ପୁସ୍ତକ କେତୋଟି ପ୍ରଦାନ କରିବାର ସୌଭାଗ୍ୟ ଆମେ ନେବାପାଇଁ ଚାହିଁବୁ।ବିଜେତାଙ୍କୁ ଅନୁରୋଧ ଯେ, ଆମାଜନ/ଫ୍ଲିପକାର୍ଟ କିମ୍ବା କୌଣସି ଇ-ସପିଙ୍ଗ ସାଇଟରୁ ନିଜ ପସନ୍ଦ ଅନୁସାରେ ୫୦୦ ଟଙ୍କା ମୂଲ୍ୟ ମଧ୍ୟରେ ଯେ କୌଣସି କବି ବା ଲେଖକଙ୍କର କୌଣସି ଓଡିଆ ପୁସ୍ତକ ( ଗଳ୍ପ, କବିତା, ଉପନ୍ୟାସ, ରମ୍ୟ ଚଚନା, ପ୍ରବନ୍ଧ ସଙ୍କଳନ, ଅନୁବାଦ ହୋଇଥିବା ଲେଖା ବା କୌଣସି ଗବେଷଣାତ୍ମକ ଲେଖା ଅଥବା ପଠନୀୟ ଯେ କୌଣସି ଭଲ ଲାଗୁଥିବା ଓଡିଆ ବହି)ବାଛିକରି ପଠାନ୍ତୁ, ଯାହା ଉକ୍ତ ସପିଂ ସାଇଟରୁ ତାଙ୍କ ଠିକଣାରେ ପଠେଇଦିଆଯିବ ।



ଭାଗନେଇ ନିଜେ ସଚେତନ ହେବା ସହ ଅନ୍ୟଙ୍କୁ ସଚେତନ କରାଇଥିବା ସମସ୍ତ ଅଂଶଗ୍ରହଣକାରୀ ସମାଜର ଜାଗ୍ରତପ୍ରହରୀଙ୍କୁ ଅନେକ ଅନେକ ଅଭିନନ୍ଦନ ।ଆଶା କରୁଛୁ ସଚେତନ ନାଗରିକ ଭାବରେ ଆପଣଙ୍କର ଆଇନକୁ ନେଇ ରହିଥିବା ଏ ଆଗ୍ରହ ଏବଂ ଉତ୍ସାହ ନିଶ୍ଚୟ ଆଗାମୀ ଦିନରେ ଆଇନଶିକ୍ଷାର କବଚକୁ ଘରେଘରେ ପରିଚିତ କରାଇବାର ସବୁଠୁଁ ସହଜ-ସୁନ୍ଦର ମାଧ୍ୟମ ସାଜିବ।




ଏତଦବ୍ୟତୀତ,ଗୁଗୁଲ ଫର୍ମ ସହ ପୂର୍ବ ପରିଚିତ ନଥିବା ହେତୁ ଅବା ଫର୍ମର ବ୍ୟବହାର ସହ ଅବଗତ ନଥିବା ହେତୁ କିଛି ଅଂଶଗ୍ରହଣକାରୀ ଏହାକୁ ସମୟ ମଧ୍ୟରେ ଏହାକୁ ଦାଖଲ ନକରିପାରି ଦ୍ବନ୍ଦ ଓ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି, ଯାହାକୁ ଦୃଷ୍ଟିରେ ରଖି ତାଙ୍କୁ ଏହା ଶିଖିବାର ସୁଯୋଗ ଦେବା ସହ ପୁନର୍ବାର ଏହି ଭଳି ଅନ୍ୟ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରିବାର ଚେଷ୍ଟା କରିବୁ। ପ୍ରତିଯୋଗିତାର ସମୟସୀମା ବଢାଇବା ପାଇଁ କରାଯାଇଥିବା ଅନୁରୋଧକୁ ଗୁରୁତ୍ବର ସହ ନେବା ସହିତ ଆସନ୍ତା କାର୍ଯ୍ୟକ୍ରମ ସମ୍ପର୍କରେ ଶୀଘ୍ର ସୂଚନା ଦେବାକୁ ଚେଷ୍ଟା କରିବୁ।ସଚେତନ ନାଗରିକ ଭାବରେ ଆପଣଙ୍କର ମହାନ ଉପସ୍ଥିତି ଓ ମୂଲ୍ୟବାନ ଯୋଗଦାନ, ଏହାକୁ ସାଫଲ୍ୟମଣ୍ତିତ କରିଥିବାରୁ ପୁଣିଥରେ ଧନ୍ୟବାଦ ଏବଂ ଅଭିନନ୍ଦନ ।




Our Recent Posts