• ସୂର୍ଯ୍ୟସ୍ନାତା ଦାସ

ଆଇନ ଆଖିରେ ମୁସଲମାନ କିଏ?



ଜଣେ ମୁସଲମାନ ହେଉଛନ୍ତି ଜଣେ ବ୍ୟକ୍ତି ଯିଏ ଇସଲାମକୁ ଅନୁସରଣ କରନ୍ତି। ଇସଲାମର ଅର୍ଥ ହେଉଛି ଶାନ୍ତି ଓ ଶୁଦ୍ଧତା ।ଏହା ଏକ ଈଶ୍ୱରବାଦରେ ବିଶ୍ୱାସ କରିବା ସହ ନିଜକୁ ଆଲ୍ଲାଙ୍କ ପାଖରେ ସମର୍ପିତ କରିବାକୁ ପ୍ରବର୍ତ୍ତାଇ ଥାଏ।ଏଥିରେ ବିଶ୍ଵାସ ରଖୁଥିବା ବ୍ୟକ୍ତିଙ୍କୁ ମୁସଲମାନ ଭାବରେ ପରିଗଣିତ କରାଯାଇଥାଏ।


ଜଣେ ଆଜନ୍ମ ମୁସଲମାନ କିମ୍ବା ଜଣେ ଧର୍ମ ପରିବର୍ତ୍ତନ କରି ମୁସଲମାନ ଧର୍ମ ଗ୍ରହଣ କରୁଥିବା ବ୍ୟକ୍ତିଙ୍କ ପାଇଁ ମୁସଲମାନ ନିୟମ ପ୍ରଯୁଜ୍ୟ। ସାଧାରଣତଃ ଭାରତରେ ପିତାମାତାଙ୍କର ଧର୍ମକୁ ହିଁ ସନ୍ତାନର ଧର୍ମ ଭାବରେ ସ୍ଵୀକୃତି ଦିଆଯାଏ।ତେଣୁ ମୁସଲମାନ ଦମ୍ପତିଙ୍କ ଠାରୁ ଜନ୍ମ ହେଉଥିବା ସନ୍ତାନକୁ ମୁସଲମାନ କୁହାଯାଇଥାଏ।


ଅନ୍ୟ କେତେକ ବର୍ଗର ଲୋକଙ୍କ ପାଇଁ ଯେପରିକି ଖୋଜ, ହାଲାଇ ମେମନ୍ସ, ଗୁଜୁରାଟ ଡାଉଡିର ସୁନ୍ନି ବୋହରା, ଏବଂ ସୁଲେମାନି ବୋହରା ଏବଂ ମୋଲେସାଲମ୍ ବ୍ରୋଚ୍ ଜିରାସିସଙ୍କ ପାଇଁ ମଧ୍ୟ ମୁସଲିମ ଆଇନ୍ ପ୍ରଯୁଜ୍ୟ ହୋଇଥାଏ।


ଭାୟା ଶେର୍ ବାବାଦୁର ବନାମ ଭାୟା ଗଙ୍ଗା ବକ୍ ସିଂ କ୍ଷେତ୍ରରେ ଦେଖାଯାଇଥିଲା ଯେ, ଯଦି ଜଣେ ମୁସଲମାନ ମହିଳାଙ୍କର ଜଣେ ହିନ୍ଦୁ ପୁରୁଷଙ୍କ ଠାରୁ ସନ୍ତାନ ଅଛି କିନ୍ତୁ ଏବଂ ସେ ସନ୍ତାନ ଜନ୍ମ ହେବା ଦିନଠାରୁ ହିନ୍ଦୁ ଭାବରେ ପାଳିତ ହୋଇଥିଲେ, ତେବେ ଏହି କ୍ଷେତ୍ରରେ ତାଙ୍କୁ ହିନ୍ଦୁ କୁହାଯିବ ।ନ୍ୟାୟାଳୟର ଏପରି ନିଷ୍ପତ୍ତିର ଅର୍ଥ ଯେ, ଶିଶୁଟିର ଯେଉଁ ଧର୍ମର ରୀତିନୀତି ଅନୁଯାୟୀ ପାଳନପୋଷଣ କରାଯାଇଥିବ,ଶିଶୁଟି ସେହି ଧର୍ମର ବୋଲି ଜଣାଯିବ।ଏପରି କ୍ଷେତ୍ରରେ ଯଦି ମୁସଲିମ ଓ ଅଲଗା ଧର୍ମରେ ଦୀକ୍ଷିତ ମାଆବାପାଙ୍କ କେହି ଶିଶୁ ଜନ୍ମ ନେଉଛି ଓ ତାର ପାଳନ ପୋଷଣ ମୁସଲିମ ନିୟମ ଅନୁଯାୟୀ ହେଉଛି,ତେବେ ତାକୁ ମୁସଲିମ ବୋଲି କୁହାଯିବ ।


ଧର୍ମଗତ ସ୍ଵାଧୀନତାର ପ୍ରୟୋଗ କରି, ଯଦି ଅନ୍ୟ କୈାଣସି ଧର୍ମରେ ଦୀକ୍ଷିତ ପିତାମାତାଙ୍କ ଠାରୁ ଜନ୍ମିତ ବ୍ୟକ୍ତି ମୁସଲମାନ ଧର୍ମ ଗ୍ରହଣ କରେ,ତେବେ ଧର୍ମ ଗ୍ରହଣ କରିବା ଦିନଠାରୁ ତାକୁ ମୁସଲମାନ କୁହାଯିବ।ସେହି ବ୍ୟକ୍ତିର ସମସ୍ତ କ୍ରିୟାକଳାପ ମଧ୍ୟ ମୁସଲିମ ନିୟମ ଦ୍ଵାରା ପାଳିତ ହେବ ।

ତେବେ ଏହି ଧର୍ମଗତ ସ୍ଵାଧୀନତାର ଅଧିକାରର ଖରାପ ଫାଇଦା ଯେପରି ବ୍ୟକ୍ତି ନ ଉଠେଇପାରିବ, ଏଥିଲାଗି ମଧ୍ୟ ନିୟମ କରାଯାଇଅଛି।


ଲିଲି ଥୋମାସ୍ ବନାମ ୟୁନିଅନ୍ ଅଫ୍ ଇଣ୍ଡିଆରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି ଜଣେ ବିବାହିତ ହିନ୍ଦୁ ବ୍ୟକ୍ତି ଦ୍ୱିତୀୟ ଥର ବିବାହ କରିବାର କାରଣକୁ ନେଇ ନିଜ ଧର୍ମକୁ ମୁସଲମାନ ଧର୍ମରେ ପରିଣତ କରନ୍ତି ତେବେ ଏହା ଶୂନ୍ୟ ଘୋଷିତ ହେବ।


ତେବେ ଯେ କୈାଣସି ବ୍ୟକ୍ତି ଚାହିଁଲେ ନିଜ ଧର୍ମ ପରିବର୍ତ୍ତନ କରି ଇସଲାମ ଧର୍ମକୁ ପରିବର୍ତ୍ତିତ ହୋଇପାରିବେ,ମାତ୍ର ସେ ବ୍ୟକ୍ତି ସ୍ଥିର ଚିତ୍ତ ଓ ସୁସ୍ଥ ମସ୍ତିଷ୍କ ହୋଇଥିବା ଆବଶ୍ୟକ।କାହାର ଅବାଞ୍ଛିତ ପ୍ରଭାବରେ ଆସି ଧର୍ମ ପରିବର୍ତ୍ତନ କଲେ ଏହାକୁ ଗ୍ରହଣ କରାଯାଇନଥାଏ।ମୁସଲମାନ ଧର୍ମଗୁରୁ ମୌଲାନା ଓ ଦୁଇଜଣ ସାକ୍ଷୀଙ୍କ ଉପସ୍ଥିତିରେ ସାହାଦା ନିୟମ ଅନୁଯାୟୀ ଧର୍ମ ପରିବର୍ତ୍ତନ କରାଯାଇପାରେ ପରେ ସେହି ସଂପ୍ରଦାୟ ବ୍ୟକ୍ତିକୁ ସ୍ଵୀକାର କରିବା ମଧ୍ୟ ଆବଶ୍ୟକ।ଧର୍ମ ପରିବର୍ତ୍ତନ ପରେ ପରିବର୍ତ୍ତିତ ହୋଇଥିବାର ପ୍ରମାଣ ସ୍ଵରୂପ ଏକ ସାର୍ଟିଫିକେଟ ମଧ୍ୟ ଦିଆଯାଇଥାଏ ।ମୁସଲିମ ଧର୍ମକୁ ଅନ୍ୟ ଧର୍ମକୁ ପରିବର୍ତ୍ତିତ ହୋଇଥିବା ବ୍ୟକ୍ତି ମଧ୍ୟ ପୁନର୍ବାର ମୁସଲିମ ଧର୍ମକୁ ପରିବର୍ତ୍ତିତ ହୋଇପାରେ ଏବଂ ପୁନର୍ବାର ମୁସଲିମ ନିୟମ ତାହା ଉପରେ ଲାଗୁ ହୋଇଥାଏ।

Our Recent Posts