• ସୂର୍ଯ୍ୟସ୍ନାତା ଦାସ

ଆମେ ରକ୍ଷକ, ସାଜିବା ନାହିଁ ଭକ୍ଷକ



ସରକାରୀ କର୍ମଚାରୀଙ୍କ ନିମନ୍ତେ ସଂହିତାର ଆଇନ୍-


ସରକାରୀ କର୍ମଚାରୀଙ୍କ କର୍ତ୍ତବ୍ୟପରାୟଣତା, ନୈତିକତା ତଥା ସଚ୍ଚୋଟତା ଉପରେ ଦେଶର ଶାନ୍ତି,ସୁରକ୍ଷା ତଥା ପ୍ରଗତି ନିର୍ଭର କଲେ।ମାତ୍ର ସେମାନେ ଯଦି ନିଜ କର୍ତ୍ତବ୍ୟରେ ଅବହେଳା କରନ୍ତି ଏବଂ ନିଜ ପଦବୀର ଅସଦ ବ୍ୟବହାର କରନ୍ତି, ଅର୍ଥାତ୍ ବାଡ଼ ଯଦି ଫସଲ ଖାଏ,ତେବେ ସେଥିପ୍ରତି ଆମ ସଂହିତାରେ ଦଣ୍ଡ ବିଧାନର ବ୍ୟବସ୍ଥା ରହିଛି।


- ଯେ କେହି ସରକାରୀ କର୍ମଚାରୀ ଆଇନକୁ ଜାଣି ମଧ୍ୟ ଯଦି ଅନ୍ୟ କୈାଣସି ବ୍ୟକ୍ତି୍ର କ୍ଷତି କରିବା ଉଦ୍ଦେଶ୍ୟରେ ଉକ୍ତ ଆଇନକୁ ଅବମାନନା କରନ୍ତି କିମ୍ବା ତାହାର ଅବମାନନା ଉକ୍ତ ବ୍ୟକ୍ତିର କ୍ଷତି ଘଟାଇବ ବୋଲି ଇଚ୍ଛା କରି ତାହା ପାଳନ ନ କରନ୍ତି,ତାହେଲେ ଦଫା ୧୬୬ ଅନୁସାରେ ତାଙ୍କୁ ଏକବର୍ଷ ବର୍ଷ ପର୍ଯ୍ୟନ୍ତ ଅଶ୍ରମ ଜେଲଦଣ୍ଡ ବା ଜରିମାନା ବା ଉଭୟ ଦଣ୍ଡ ହୋଇପାରେ ।ଯଦି ସେ କୌଣସି ଆଦେଶକୁ ଆଇନତଃ ଭାବେ ପାଳନ କରିବାକୁ ବାଧ୍ୟ ଥିବେ ମାତ୍ର ଏହି ସବୁ ଉଦ୍ଦେଶ୍ୟ ନେଇ ତାହାକୁ ପାଳନ କରିବେ ନାହିଁ,ତେବେ ତାଙ୍କୁ ଜରିମାନା ସହ ଅତିକମରେ ଛଅମାସ ପର୍ଯ୍ୟନ୍ତ କାରାଦଣ୍ତ ମିଳିବ ଯାହା ଦୁଇ ବର୍ଷ ସମୟ ପର୍ଯ୍ୟନ୍ତ ସମୟସୀମା ପର୍ଯ୍ୟନ୍ତ ସଂପ୍ରସାରିତ ହୋଇପାରେ।


-ଯେ କେହି ସରକାରୀ କର୍ମଚାରୀ,କୌଣସି ଦସ୍ତାବିଜ ବା ଇଲେକ୍ଟ୍ରୋନିକ୍ ଅଭିଲେଖର ରଚନା ବା ଅନୁବାଦ ଦାୟିତ୍ଵରେ ଥାଇ ଉକ୍ତ କାର୍ଯ୍ୟରେ ଭୁଲ କରନ୍ତି ଏବଂ ସେ ଭୁଲଟିକୁ ସେ ଜାଣିଶୁଣି ଅନ୍ୟ ବ୍ୟକ୍ତିର କ୍ଷତି ଘଟାଇବାର ଉଦ୍ଦେଶ୍ୟ ରଖି କରିଥାନ୍ତି,ତେବେ ତାଙ୍କୁ ତାଙ୍କୁ ତିନି ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ବା ଜରିମାନା ବା ଉଭୟ ଦଣ୍ଡ ହୋଇପାରେ ।


ଆପଣ ଜାଣନ୍ତି କି, ଯେ କେହି ବ୍ୟକ୍ତି ସରକାରୀ କର୍ମଚାରୀ ଭାବେ କର୍ତ୍ତବ୍ୟରତ ଥାଆନ୍ତି ଏବଂ ତାଙ୍କୁ ଆଇନ ଦ୍ଵାରା ବାରଣ ହୋଇଥିବା କୌଣସି ବ୍ୟବସାୟରେ ଅବୈଧ ଭାବରେ ସଂପୃକ୍ତ ରୁହନ୍ତି, ତେବେ ତାଙ୍କୁ ଏକବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଅଥବା ଜରିମାନା ଅଥବା ଉଭୟ ଦଣ୍ଡଦ୍ୱାରା ଦଣ୍ଡିତ କରାଯାଇପାରିବ।ଯେ କେହି ବ୍ୟକ୍ତି ସରକାରୀ କର୍ମଚାରୀ ଭାବେ କର୍ତ୍ତବ୍ୟରତ ଥାଆନ୍ତି ଏବଂ ତାଙ୍କୁ ଆଇନ ଦ୍ଵାରା ବାରଣ ହୋଇଥିବା କୌଣସି ସମ୍ପତ୍ତି କ୍ରୟ କରନ୍ତି,ତେବେ ତାଙ୍କୁ ଦୁଇବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଅବା ଜରିମାନା କିମ୍ବା ଉଭୟ ଦଣ୍ଡ ହୋଇପାରେ।


ସଂହିତାରେ ମାନବିକତାର ମୂଲ୍ୟବୋଧକୁ ଯଥେଷ୍ଟ ଗୁରୁତ୍ଵ ଦିଆଯାଇଛି।ଏହା ଅନୁସାରେ ଯଦି କେନ୍ଦ୍ର ସରକାର ବା ରାଜ୍ୟ ସରକାର ବା ଆଞ୍ଚଳିକ ସଂଘ ବା କେହି ବ୍ୟକ୍ତିଙ୍କ ଦ୍ଵାରା ପରିଚାଳିତ କୌଣସି ସରକାରୀ ବା ବେସରକାରୀ ଡାକ୍ତରଖାନା ପୀଡିତଙ୍କୁ ଆବଶ୍ୟକ ସମୟରେ ଉପଯୁକ୍ତ ଚିକିତ୍ସା ଯୋଗାନ୍ତି ନାହିଁ,ତେବେ ସେମାନେ ଏକବର୍ଷ କାରାଦଣ୍ତ ବା ଜରିମାନା ବା ଉଭୟ ଦଣ୍ତରେ ଦଣ୍ତିତ ହୋଇଥାଆନ୍ତି।

ଖବରକାଗଜ ମାନଙ୍କରେ ଆପଣ ଏହିଭଳି ଖବର ପଢିବାକୁ ପାଉଥିବେ ଯେ,ବେଳେବେଳେ କେତେଜଣ ଠକ ନିଜକୁ ପଦସ୍ଥ ସରକାରୀ କର୍ମଚାରୀ ଭାବରେ ପରିଚୟ ଦେଇ ସାଧାରଣ ଲୋକଙ୍କୁ ଡରାଇ ଧମକାଇ କାର୍ଯ୍ୟ ହାସଲ କରନ୍ତି ।ଦଫା ୧୭୦ ଅନୁସାରେ ,ଯେ କେହି ବ୍ୟକ୍ତି ସରକାରୀ କର୍ମଚାରୀ ଭାବରେ ନିଯୁକ୍ତ ନଥିବେ ମାତ୍ର, ସରକାରଙ୍କର କୌଣସି ପଦାଧିକାରୀ ଭାବରେ ଛଳନା କରୁଥିବେ କିମ୍ବା ନିଜକୁ ଏପରି ପଦାଧିକାରୀ ଭାବରେ ପରିଚୟ ଦେଇ କୌଣସି କାର୍ଯ୍ୟ କରିବା ବା କରାଇବା ପାଇଁ ଚେଷ୍ଟା କରୁଥିବେ,ତେବେ ତାଙ୍କୁ ଦୁଇବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ବା ଜରିମାନା ବା ଉଭୟ ଦଣ୍ଡ ହୋଇପାରେ ।


-ଏପରିକି ଯଦି ଜଣେ ବ୍ୟକ୍ତି ନିଜକୁ ସରକାରୀ କର୍ମଚାରୀ ରୂପେ ପରିଚିତ କରାଇବା ଉଦ୍ଦେଶ୍ୟରେ ଅନଧିକାରରେ କୌଣସି ନିଦ୍ଦିଷ୍ଟ ଶ୍ରେଣୀର ସରକାରୀ କର୍ମଚାରୀ ଦ୍ୱାରା ବ୍ୟବହୃତ ପୋଷାକ ବା ଅନୁରୂପ ପୋଷାକ ପରିଧାନ କରନ୍ତି , ତା’ହେଲେ ଦଫା ୧୭୧ ଅନୁସାରେ ତାଙ୍କୁ ତିନି ମାସ ପର୍ଯ୍ୟନ୍ତ ଜେଲଦଣ୍ଡ ବା ଜରିମାନା କିମ୍ବା ଉଭୟ ଦଣ୍ଡାଦେଶ ହୋଇପାରେ ।

Our Recent Posts