• ସୂର୍ଯ୍ୟସ୍ନାତା ଦାସ

ଦଣ୍ତବିଧାନ ; ସଂହିତାର କାମ


ଦଫା ୫୩-୭୫ଏହି ଦଣ୍ଡବିଧାନ ସମ୍ପର୍କରେ ଆଲୋଚନା କରିଥାଏ। ଆପଣମାନେ ତ ଜାଣନ୍ତି ସମାଜର ନିରାପତ୍ତାକୁ ସୁରକ୍ଷିତ ରଖିବା ହିଁ ଆଇନର ଉଦ୍ଦେଶ୍ୟ ଅଟେ ଏବଂ ଦଣ୍ଡ ଏଥିନିମନ୍ତେ ଅସ୍ତ୍ର ଭଳି କାର୍ଯ୍ୟ କରିଥାଏ,ତେବେ ଏହି ଦଣ୍ଡବିଧାନ କାହିଁକି ଦିଆଯାଏ , ସେ ପଛରେ ବିଭିନ୍ନ ମତ ରହିଛି। ଡିଟେରେଣ୍ଟ ବା ନିବାରକ ମତବାଦ ଅନୁସାରେ ଏହା ଅପରାଧୀକୁ ପୁନର୍ବାର ଅପରାଧ କରିବାରୁ ନିବୃତ୍ତ କରେ । ଆଖି ବଦଳରେ ଆଖି ମତବାଦକୁ ସମର୍ଥନ କରେ ରିଟ୍ରିବ୍ୟୁଟିଭ ଅର୍ଥାତ୍ ପ୍ରତିହିଂସା ମତବାଦ।ଏହା ଅନୁଯାୟୀ, ଦଣ୍ଡ କେବଳ ଅପରାଧୀ କରିଥିବା କୁକର୍ମର ପ୍ରତିବଦଳରେ ପ୍ରତିହିଂସା ଭାବରେ ତାକୁ ମିଳିଥାଏ।"ପ୍ରିଭେଣ୍ଟିଭ" ମତବାଦ ଅନୁସାରେ ଦଣ୍ଡସ୍ଵରୂପ ଅପରାଧୀକୁ ସମାଜ ଠାରୁ ଦୂରେଇ ନିଆଯାଏ ଏବଂ ତା'ର ଦଣ୍ଡ କେବେକେବେ ଏକ ଉଦାହରଣ ଭାବରେ ରହିଯାଏ, ଯାହା ନାଗରିକଙ୍କୁ ସେହି କୁକର୍ମ କରିବାରୁ ନିବୃତ୍ତ କରେ।ରିଫରମେଟିଭ ମତବାଦ ଅର୍ଥାତ୍ ପୁନର୍ଗଠନ ମତବାଦ ଅପରାଧୀକୁ ତାର ଭୁଲ ନିମନ୍ତେ ଅନୁତପ୍ତ କରାଇ ତାକୁ ସୁଧାରିବାର ପ୍ରୟାସ କରିବା ହିଁ ଦଣ୍ଡର ଲକ୍ଷ୍ୟ ବୋଲି ବିଶ୍ଵାସ କରେ।


ତେବେ ଆସନ୍ତୁ ଜାଣିବା ଭାରତୀୟ ଦଣ୍ଡ ସଂହିତାରେ ଏଥି ନିମନ୍ତେ କ'ଣ ଦଣ୍ଡ ରହିଅଛି।ବିଭାଗ ୫୩ ଅନୁଯାୟୀ ଏହି ସଂହିତାରେ ଉଲ୍ଲେଖ କରାଯାଇଥିବା ଦଣ୍ଡ କେବଳ ଏହି ସଂହିତାରେ ଉଲ୍ଲେଖ କରାଯାଇଥିବା ଅପରାଧ ପାଇଁ ପ୍ରଯୁଜ୍ୟ ହେବ, ଯାହାକି ନିମ୍ନଲିଖିତ ଅଟେ –


· ମୃତ୍ୟୁ ଦଣ୍ଡ - ଭାରତୀୟ ଅପରାଧ ସଂହିତା କେତୋଟି ଅପରାଧ ପାଇଁ ମୃତ୍ୟୁଦଣ୍ଡର ବ୍ୟବସ୍ଥା ଅଛି ।


· ଆଜୀବନ କାରାଦଣ୍ଡ - ଭାରତୀୟ ଅପରାଧ ସଂହିତାରେ ନିର୍ବାଚିତ ଅପରାଧ ଅଛି ଯେଉଁଥିରେ ଦୋଷ ପାଇଁ ଆଜୀବନ କାରାଦଣ୍ଡ ଦିଆଯାଇପାରେ ।

· ******

· କାରାଦଣ୍ଡ - ଏହି ପ୍ରକାର ଦଣ୍ଡରେ, ଅପରାଧୀଙ୍କୁ ନିର୍ଦ୍ଦିଷ୍ଟ କାରାଦଣ୍ଡ ପାଇଁ ଜେଲରେ ରଖାଯାଏ । ଏହା ସଶ୍ରମ ଏବଂ ଅଶ୍ରମ ଦୁଇ ପ୍ରକାର ଅଛି ।

ଏହା ବ୍ୟତୀତ, ଅନ୍ୟ ଏକ ପ୍ରକାର କାରାଦଣ୍ଡ ଅଛି ଯାହା ଧାରା ୭୩, ୭୪ ରେ ଉଲ୍ଲେଖ କରାଯାଇଛି ଯେଉଁଥିରେ ଅଭିଯୁକ୍ତକୁ ଏକାକୀ ରଖାଯାଇଛି ।


· ସମ୍ପତ୍ତି ବଜ୍ୟାପ୍ତି - ଏଥିରେ ଅପରାଧୀଙ୍କ ସମ୍ପତ୍ତି ଜବତ ହୋଇଥାଏ କିନ୍ତୁ ବର୍ତ୍ତମାନ ଏହାକୁ ରଦ୍ଦ କରିଦିଆଯାଇଛି ।


· ଜରିମାନା -ଏଥିରେ କୋର୍ଟ ଅପରାଧୀଙ୍କୁ ଦୋଷୀ ସାବ୍ୟସ୍ତ ହେଲେ ଏକ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥରାଶି ଜରିମାନା ଦେବାକୁ କହିଥାନ୍ତି।


ତେବେ ଆପଣ ଜାଣିଛନ୍ତି କି ମୃତ୍ୟୁ ଦଣ୍ଡରେ ଦଣ୍ଡିତ ଅପରାଧୀ ଅଥବା ଆଜୀବନ କାରାଦଣ୍ଡରେ ଦଣ୍ଡିତ ଅପରାଧୀଙ୍କ ସହମତି ବିନା ମଧ୍ୟ ଉପଯୁକ୍ତ ସରକାର ଏହି ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡକୁ ଅନ୍ୟ କୈାଣସି ଲଘୁଦଣ୍ଡରେ ହ୍ରାସ କରିପାରିବେ ଯାହାକି ସଂହିତାର ଦଫା ୫୪ ଓ ୫୫ ରେ ପ୍ରଦାନ କରାଯାଇଛି।


ବଚନ ସିଂହ ବନାମ ପଞ୍ଜାବ ରାଜ୍ୟ ମାମଲାରେ ଏହା କୁହାଯାଇଥିଲା ଯେ,ମୃତ୍ୟୁଦଣ୍ଡ କେବଳ ବିରଳରୁ ବିରଳତମ ମାମଲାରେ ହିଁ ମିଳିବା ଉଚିତ।


ଯେଉଁଠାରେ କୌଣସି ଅପରାଧରେ ଉଭୟ ପ୍ରକାରର କାରାଦଣ୍ଡ ମଧ୍ୟରୁ ଯେ କୈାଣସି ଦେବାକୁ ବର୍ଣ୍ଣିତ ଥାଏ, ସେ କ୍ଷେତ୍ରରେ ଅପରାଧର ପ୍ରକୃତି ଓ କୋର୍ଟଙ୍କ ବିବେଚନା ଅନୁଯାୟୀ କାରାଦଣ୍ଡଟି ସଂପୂର୍ଣ୍ଣ ସଶ୍ରମ , ସଂପୂର୍ଣ୍ଣ ଅଶ୍ରମ ଅବା ଆଂଶିକ ସଶ୍ରମ ଏବଂ ଆଂଶିକ ଅଶ୍ରମ ହୋଇପାରେ ।


ମୁନ୍ନା ବନାମ ୟୁନିଅନ ଅଫ ଇଣ୍ତିଆ ମାମଲାରେ ଏହା ଦେଖାଯାଇଥିଲା ଯେ,ଆଜୀବନ କାରାଦଣ୍ଡର ଅର୍ଥ ହେଉଛି ଆଜୀବନ ସଶ୍ରମ କାରାଦଣ୍ଡ।


ଯେଉଁଠାରେ ଜରିମାନା ପରିମାଣ ପ୍ରକାଶ କରାଯାଇ ନାହିଁ, ଅପରାଧୀ ଦେବାକୁ ପଡୁଥିବା ଜରିମାନା ଅନିର୍ଦ୍ଦିଷ୍ଟ ହୋଇପାରେ, କିନ୍ତୁ ଅତ୍ୟଧିକ ହେବା ଉଚିତ ନୁହେଁ ।ଧାରା ୬୪ରେ ଜରିମାନା ଅନାଦେୟ କାରାଦଣ୍ଡର ବ୍ୟବସ୍ଥା ଅଛି। ଧାରା ୬୫ ଅନୁଯାୟୀ ଯଦିଓ କାରାଦଣ୍ଡ ଏବଂ ଜରିମାନା ଉଭୟ ଧାର୍ଯ୍ୟ କରାଯାଇପାରେ, ଜରିମାନା ପ୍ରଦାନ ନକରିବା ପାଇଁ କାରାଦଣ୍ଡର ଅବଧି ସର୍ବାଧିକ ନିର୍ଦ୍ଧାରିତ ସମୟ ମଧ୍ୟରୁ ଏକ ଚତୁର୍ଥାଂଶରୁ ଅଧିକ ହେବ ନାହିଁ ।


ଯେତେବେଳେ ଅପରାଧୀ କେବଳ ଜରିମାନା ସହିତ ଦଣ୍ଡନୀୟ ଅପରାଧ କରନ୍ତି ଏବଂ ଜରିମାନା ପ୍ରଦାନ ନକରନ୍ତି, ତେବେ ଯଦି ଜରିମାନା ୫୦ ଟଙ୍କା ପର୍ଯ୍ୟନ୍ତ, ତେବେ ଦୁଇମାସ ପାଇଁ, ଯଦି ୧୦୦ ଟଙ୍କା ପର୍ଯ୍ୟନ୍ତ ,ତେବେ ଚାରିମାସ ପାଇଁ, ଯଦି ୧୦୦ ରୁ ଅଧିକ ଟଙ୍କା ପାଇଁ, ତେବେ ୬ ମାସ ପର୍ଯ୍ୟନ୍ତ ଜେଲ ଦଣ୍ଡ ହୋଇପାରେ ।କିନ୍ତୁ ସେ ସେହି ଜରିମାନା ଅର୍ଥରାଶି ପ୍ରଦାନ କଲେ, ସେ ଜେଲଦଣ୍ଡକୁ ଫେରାଇନିଆଯାଇଥାଏ।


ଜରିମାନାର ଆନୁପାତିକ ଅଂଶ ମାମଲାରେ ଜେଲରୁ ବହିଷ୍କାର ଅନୁଯାୟୀ, ଏହା ସ୍ପଷ୍ଟ ହୋଇଛି ଯେ ଯଦି ଦଣ୍ଡ ଆଂଶିକ ପ୍ରଦାନ କରାଯାଏ, ତେବେ ଅଭିଯୁକ୍ତକୁ ଆନୁପାତିକ କାରାଦଣ୍ଡ ଭୋଗିବାକୁ ପଡିବ।ଉଦାହରଣସ୍ଵରୂପ ଧରନ୍ତୁ ଏକ ଶହ ଟଙ୍କା ଜରିମାନା ହୋଇଛି ଏବଂ ଏହାକୁ ଦେବାରେ ବିଫଳ ହେବାରୁ 'କ' କୁ ଚାରିମାସ ଜେଲ ଦଣ୍ଡାଦେଶ ହୋଇଛି । ଏଠାରେ ଯଦି ଏକ ମାସର କାରାଦଣ୍ଡ ଶେଷ ହେବା ପୂର୍ବରୁ ୭୫ ଟଙ୍କା ଜରିମାନା ଆଦାୟ କରାଯାଏ କିମ୍ବା ଆଦାୟ କରାଯାଏ, ତେବେ ପ୍ରଥମ ମାସର ଅବଧି ଶେଷ ହେବା ମାତ୍ରେ 'କ' ମୁକ୍ତ ହେବ, ଯଦି ପ୍ରଥମ ମାସର ସମାପ୍ତି ସମୟରେ ୭୫ ଟଙ୍କା କିମ୍ବା ପରବର୍ତ୍ତୀ ସମୟରେ ଦିଆଯାଏ, ଯେତେବେଳେ କ'' କାରାଗାରରେ ଅଛି, 'କ' ତୁରନ୍ତ ମୁକ୍ତ ହେବ ।


ଅନେକ ଅପରାଧକୁ ନେଇ ଗଠିତ ଅପରାଧ ପାଇଁ ଦଣ୍ଡ ଅବଧି ନିର୍ଦ୍ଧାରଣରେ ଧାରା ୭୧କୁ ବିଚାରକୁ ନିଆଯାଇଥାଏ।ଯଦି ଏହି ଆଇନରେ ବର୍ଣ୍ଣିତ ଗୋଟିଏ ଅପରାଧ ବିଭିନ୍ନ ଭାଗରେ ହୋଇଛି,ତେବେ ସେ ଅପରାଧର ବିଭିନ୍ନ ଭାଗ ପାଇଁ ଭିନ୍ନଭିନ୍ନ ଦଣ୍ଡ ନହୋଇଇ ଗୋଟିଏ ଦଣ୍ଡ ହେବ। ମାତ୍ର ଯଦି ଅଲଗା ଅଲଗା ଅପରାଧ ହୋଇଛି,ତେବେ ଅଲଗା ଅଲଗା ଦଣ୍ଟବିଧାନ କରାଯାଇପାରେ। ଏହାକୁ ଏକ ଉଦାହରଣଦ୍ଵାରା ବେଶ ଭଲ ଭାବରେ ବୁଝିହେବ।ଧରନ୍ତୁ ଗୋଟିଏ ବାଡ଼ିରେ ଗୋଟିଏ ଦୁଷ୍ଟ ବ୍ୟକ୍ତି ଅନ୍ୟଜଣଙ୍କୁ ସ୍ଵେଚ୍ଛାକୃତ ଭାବେ ବିନା କୈାଣସି କାରଣରେ ୫୦ ଥର ପିଟିଲା।ତେବେ ଧରନ୍ତୁ ଥରୁଟିଏ ପିଟିବା ପାଇଁ ଯଦି ବର୍ଷଟିଏ କାରାଦଣ୍ଡର ବ୍ୟବସ୍ଥା ଅଛି,ତେବେ ସେହି ଅନୁସାରେ ୫୦ଥର ପିଟିବା ପାଇଁ ତାକୁ ୫୦ ବର୍ଷ କାରାଦଣ୍ଡର ବ୍ୟବସ୍ଥା ହେବା କଥା। କିନ୍ତୁ ସେମିତି ହୁଏ କି? ନା କାରଣ ଏସବୁ ଗୋଟିଏ ହିଁ ଅପରାଧର ଅଂଶ।ପୁନଶ୍ଚ ଧରନ୍ତୁ ସେ ଦୁଷ୍ଟ ବ୍ୟକ୍ତି ଜଣଙ୍କ ସେ ଭଲ ବ୍ୟକ୍ତିଙ୍କୁ ପିଟୁଥିବା ବେଳେ ଆଉ ଜଣେ ବ୍ୟକ୍ତି ତାଙ୍କୁ ଅଟକାଇବାକୁ ଆସିଲେ,ଏବଂ ସେ ଦୁଷ୍ଟ ବ୍ୟକ୍ତି ଜଣଙ୍କ ତାଙ୍କୁ ବି ପ୍ରହାର କଲା, ତେବେ ସେ ସେଥିପାଇଁ ଅନ୍ୟ ଏକ ଅପରାଧରେ ଦୋଷୀ ହେବ।


ଅନେକ ଅପରାଧ ମଧ୍ୟରୁ ଗୋଟିଏରେ ଦୋଷୀ ବ୍ୟକ୍ତିଙ୍କ ପାଇଁ ସନ୍ଦେହ ଉଠେ ଯେ, ସେ ବାସ୍ତବରେ କେଉଁ ଅପରାଧରେ ଦୋଷୀ,ତେବେ ସେ ଅପରାଧର ସମୂହ ମଧ୍ୟରୁ ସବୁଠାରୁ କମ୍ ଦଣ୍ଡ ଯେଉଁଥିରେ ଥିବ,ସେଇଥିରେ ତାଙ୍କୁ ଦୋଷୀ ବୋଲି ଗଣାଯିବ ଓ ସେଥିନିମନ୍ତେ ତାଙ୍କୁ ଦଣ୍ଡ ପ୍ରଦାନ କରାଯିବ ।


କଠିନ କାରାଦଣ୍ଡ ଥିବା ବ୍ୟବସ୍ଥାରେ ଅପରାଧୀଙ୍କୁ ଏକାକୀ କାରାଦଣ୍ଡରେ ରହିବା ନିମନ୍ତେ ଦଣ୍ଡ ମିଳିପାରେ।ତେବେ ଏହା କଦାପି ଏକକାଳୀନ ଚଉଦ ଦିନରୁ ଅଧିକ ହୋଇପାରିବ ନାହିଁ ,ଏବଂ ମଝିରେ ମଝିରେ ବ୍ୟବଧାନ ରହିବାର ବ୍ୟବସ୍ଥା କରାଯାଇଛି।ତେବେ ତିନି ମାସରୁ ଅଧିକ ସମୟ ପର୍ଯ୍ୟନ୍ତ ଏହି ଦଣ୍ଡ ଦିଆଯାଇପାରିବ ନାହିଁ।ଯଦି କାରାଦଣ୍ଡ ଅବଧି ଛଅ ମାସ ଅତିକ୍ରମ କରୁନଥିବ,ତେବେ ଅତିବେଶୀରେ ଗୋଟିଏ ମାସ ଏହି ଏକାକୀ କାରାଦଣ୍ଡ ଦିଆଯାଇପାରେ।ଛଅ ମାସରୁ ବେଶୀ ମାତ୍ର ଗୋଟିଏ ବର୍ଷରୁ କମ ଥିବା କାରାଦଣ୍ଡ କ୍ଷେତ୍ରରେ ଏହା ଅତିବେଶୀରେ ଦୁଇ ମାସ ପର୍ଯ୍ୟନ୍ତ ହୋଇପାରେ।

Our Recent Posts