• ସୂର୍ଯ୍ୟସ୍ନାତା ଦାସ

ମୁତାୱାଲୀ କିଏ ଏବଂ ତାଙ୍କର କାର୍ଯ୍ୟ-


ୱକଫ ସମ୍ପତ୍ତିର ନିରୀକ୍ଷକଙ୍କୁ ମୁତାୱଲୀ କୁହାଯାଏ ଏବଂ ତାଙ୍କର କାମ ହେଉଛି ଦେଖିବା ଯେ ୱକିଫଙ୍କ ଇଚ୍ଛା ଅନୁଯାୟୀ ସମ୍ପତ୍ତିର ବୈଧ ଉପଯୋଗ ହୋଇ ହିତାଧିକାରୀମାନେ ଲାଭ ପାଉଛନ୍ତି ନା ନାହିଁ ।


ଅହମ୍ମଦ ଆରିଫ ବନାମ ଆୟକର କମିଶନର ମାମଲାରେ କୁହା ଯାଇଛି ଯେ, ଯେ ନ୍ୟାୟାଳୟର ବିନା ଅନୁମତିରେ ୱକଫ ସମ୍ପତ୍ତି ବିକ୍ରୟ, ବନ୍ଧକ କିମ୍ବା ଲିଜ୍ ଦେବାର କୌଣସି କ୍ଷମତା ମୁତାୱଲୀଙ୍କୁ ପ୍ରଦାନ କରାଯାଇ ନାହିଁ।


କିଏ ମୁଟାୱାଲୀ ହୋଇପାରେ -


ୱକିଫ ଦ୍ୱାରା ଇଚ୍ଛା ଅନୁଯାୟୀ ୱକଫର କାର୍ଯ୍ୟ ସମ୍ପାଦନ କରିବାରେ ସକ୍ଷମ ବ୍ୟକ୍ତି ଜଣେ ମୁତାୱାଲୀ ଭାବରେ ନିଯୁକ୍ତ ହୋଇପାରିବ । ତେବେ ସେ ଜଣେ ସାବାଳକ ତଥା ସୁସ୍ଥ ମନର ବ୍ୟକ୍ତି ହୋଇଥିବା ଆବଶ୍ୟକ। ୱକିଫ ଚାହିଁଲେ ନିଜକୁ ମଧ୍ୟ ମୁତାୱଲୀ ଭାବରେ ନିଯୁକ୍ତ କରିପାରିବ ।ଯଦି ୱକଫଟି କୌଣସି ଧାର୍ମିକ ଉଦ୍ଦେଶ୍ୟରେ କରାଯାଉଛି ଅଥବା ଧାର୍ମିକ କର୍ତ୍ତବ୍ୟ ଯଦି ୱକଫ ର ଏକ ଅଂଶ ହୋଇଥାଏ, ତେବେ ମୁସଲିମ ନିୟମ ଅନୁଯାୟୀ ଜଣେ ମହିଳା କିମ୍ବା ଜଣେ ଅଣ-ମୁସଲମାନ ମୁତାୱଲୀ ଭାବରେ ନିଯୁକ୍ତ ହୋଇପାରିବେ ନାହିଁ ।ଏସବୁର ବ୍ୟତିରକେ ସେମାନଙ୍କୁ ୱକଫର ମୁତାୱଲୀ ଭାବରେ ନିଯୁକ୍ତ କରାଯାଇପାରେ।


ଶାହର ବାନୋ ବନାମ ଆଗା ମହମ୍ମଦରେ ପ୍ରିଭି କାଉନସିଲ କହିଛନ୍ତି ଯେ, ଯଦି ୱକଫ ର କର୍ତ୍ତବ୍ୟ ଧାର୍ମିକ କାର୍ଯ୍ୟକଳାପରେ ଜଡିତ ନହୁଏ ତେବେ ଜଣେ ମହିଳା ମୁତାୱାଲୀ ହେବା ଉପରେ କୌଣସି ଆଇନଗତ ପ୍ରତିବନ୍ଧକ ନାହିଁ।


ଏକ ମୁତାୱଲୀର ଶକ୍ତି ଓ ଅଧିକାର -


- ଓ୍ୱକଫର ଉଦ୍ଦେଶ୍ୟ ପୂରଣ ତଥା ହିତାଧିକାରୀମାନେ ଯେପରି ଉପକୃତ ହେବେ, ସେହିଭଳି ଭାବରେ ମୁତାୱଲି ଯେ କୈାଣସି ଯଥାର୍ଥ କାର୍ଯ୍ୟ କରିପାରନ୍ତି ।


- ୱକଫର ସ୍ୱାର୍ଥ ରକ୍ଷା ପାଇଁ ସେ ଏକ ମକଦ୍ଦମା ଦାୟର କରିବାକୁ ଦକ୍ଷ ।


- ସେ ତିନି ବର୍ଷରୁ କମ ସମୟ ପର୍ଯ୍ୟନ୍ତ କୃଷି ଉଦ୍ଦେଶ୍ୟରେ ବ୍ୟବହୃତ ଜମିକୁ ଏବଂ ଏକ ବର୍ଷରୁ କମ ସମୟ ପର୍ଯ୍ୟନ୍ତ ବିନା କୃଷି ସମ୍ପତ୍ତିକୁ ଲିଜ୍ ଦେଇପାରିବେ ।


- ୱକଫ ନାମା ଦ୍ଵାରା ପ୍ରଦାନ କରାଯାଇଥିବା ପରି ସେ ପାରିଶ୍ରମିକ ପାଇବାକୁ ହକଦାର୍ । ଯଦି ଦରମା ବହୁତ କମ୍, ସେ ବୃଦ୍ଧି ପାଇବାକୁ କୋର୍ଟରେ ଆବେଦନ କରିପାରିବେ ।


ଏକ ମୁତାୱାଲୀ ଅପସାରଣ -


ସାଧାରଣତଃ ଥରେ ଏକ ମୁଟାୱାଲୀ ଠିକ୍ ଭାବରେ ନିଯୁକ୍ତ ହେଲେ, ତାଙ୍କୁ ୱକିଫ ଦ୍ୱାରା ଅପସାରଣ କରାଯାଇପାରିବ ନାହିଁ ।


୧. ମାତ୍ର ୱକଫଆକ୍ଟ ୧୯୯୫ ର ଧାରା ୬୪ ଅନୁଯାୟୀ, ୱକଫବୋର୍ଡ ଏଥିରେ ଉଲ୍ଲେଖ କରାଯାଇଥିବା ସର୍ତ୍ତ ଅନୁଯାୟୀ ଜଣେ ମୁତାୱାଲୀଙ୍କୁ ଅପସାରଣ କରିପାରିବ।


୨. ଏବଂ ନିମ୍ନଲିଖିତ ପରିସ୍ଥିତିରେ ଏକ ମୁଟାୱାଲୀ ଅପସାରଣ କରାଯାଇପାରିବ -


· କୋର୍ଟ ବା ନ୍ୟାୟାଳୟ ଦ୍ୱାରା

· ଯଦି ସେ ୱକଫସମ୍ପତ୍ତିର ଅପବ୍ୟବହାର କରନ୍ତି ।

· ଯଦି‌ ୱକଫଅବ୍ୟବସ୍ଥାରେ ପଡ଼େ ।

· ଜାଣିଶୁଣି କିମ୍ବା ଉଦ୍ଦେଶ୍ୟମୂଳକ ଭାବରେ ୱକଫସମ୍ପତ୍ତିରେ କ୍ଷତି ଘଟାଏ ।

· ଯଦି ମୁତାୱଲି ଜଣଙ୍କ ଅସମର୍ଥ ବା ଅଯୋଗ୍ୟ ବା ଦେବାଳିଆ ହୋଇଯାଏ ।


ବିବି ସାଦିକ୍ ଫାତିମା ବନାମ ମହମୁଦ ହାସନର ମାମଲାରେ ନ୍ୟାୟାଳୟ କହିଥିଲେ ଯେ ପତ୍ନୀଙ୍କ ନାମରେ ସମ୍ପତ୍ତି କିଣିବା ପାଇଁ ୱକଫଟଙ୍କା ବ୍ୟବହାର କରିବା ହେଉଛି ବିଶ୍ୱାସର ଉଲ୍ଲଂଘନ, ଯେପରି ମୁତାୱାଲୀ ଅପସାରଣ ପାଇଁ ଯଥେଷ୍ଟ କାରଣ ଅଟେ।


ୱକଫ ଏବଂ ଟ୍ରଷ୍ଟ ମଧ୍ୟରେ ଭିନ୍ନତା ।


ଉଭୟ, ୱକଫ ରେ ଏବଂ ଟ୍ରଷ୍ଟରେ, ସମ୍ପତ୍ତିକୁ ରଖାଯାଇଥାଏ ଏବଂ ଏହାର ଉପଯୋଗିତା ଧାର୍ମିକ କିମ୍ବା ପରୋପକାରୀ ଉଦ୍ଦେଶ୍ୟରେ ବ୍ୟବହୃତ ହୁଏ ,ତେଣୁ ସାଧାରଣରେ ଏ ଦୁଇଟି ମଧ୍ୟରେ ଥିବା ପାର୍ଥକ୍ୟକୁ ନେଇ ଦ୍ଵନ୍ଦ ସୃଷ୍ଟି ହୁଏ।ବାସ୍ତବରେ ଟ୍ରଷ୍ଟ ଏବଂ ୱକଫ ପରସ୍ପରଠାରୁ ଅନେକ ଗୁଣରେ ପୃଥକ:


(୧) ଏକ ୱକଫ ସାଧାରଣତଃ ଚିରସ୍ଥାୟୀ ଏବଂ ଅପ୍ରତ୍ୟାବର୍ତ୍ତୀ ହୋଇଥାଏ। ଏହି ଗୁଣ ସବୁ ଏହାର ବୈଶିଷ୍ଟ୍ୟ‌।ଯେତେବେଳେ କି, ଏକ ଟ୍ରଷ୍ଟ ଚିରସ୍ଥାୟୀ ନୁହେଁ ଏବଂ କିଛି ସର୍ତ୍ତରେ ମଧ୍ୟ ପ୍ରତ୍ୟାହାର କରାଯାଇପାରେ ।


(୨)ହିତାଧିକାର ଅଧିକାରରେ ମଧ୍ୟ ଏ ଦୁଇଟି ପରସ୍ପର ଠାରୁ ଅଲଗା। ହାନାଫି ନିୟମ ବ୍ୟତୀତ, ଅନ୍ୟ କୈାଣସି ମୁସଲିମ ଭାଗର ନିୟମରେ ୱକଫ ର ପ୍ରତିଷ୍ଠାତା ନିଜ ପାଇଁ କୈଣସି ଲାଭ ସଂରକ୍ଷଣ କରିପାରିବେ ନାହିଁ।କିନ୍ତୁ ଏକ ଟ୍ରଷ୍ଟର ପ୍ରତିଷ୍ଠାତା ନିଜ ପାଇଁ ସ୍ଵାର୍ଥ ରଖିପାରିବେ ଏବଂ ନିଜେ ମଧ୍ୟ ଟ୍ରଷ୍ଟର ଜଣେ ହିତାଧିକାରୀ ହୋଇପାରନ୍ତି ।


(୩) ଇସଲାମରେ ଧାର୍ମିକ, ଧାର୍ମିକ କିମ୍ବା ପରୋପକାରୀ ଭାବରେ ସ୍ୱୀକୃତିପ୍ରାପ୍ତ ଉଦ୍ଦେଶ୍ୟ ପାଇଁ ଏକ ୱକଫଗଠନ କରାଯାଇପାରେ । ୱକଫର ମୂଳଲକ୍ଷ୍ୟ ପରୋପକାର ପାଇଁ ଈଶ୍ୱରଙ୍କ ଠାରେ ସମ୍ପତ୍ତି ଅର୍ପଣ କରିବା ହୋଇଥାଏ। କିନ୍ତୁ ଅପରପକ୍ଷରେ ଟ୍ରଷ୍ଟ ନିମନ୍ତେ ଧାର୍ମିକ ଲକ୍ଷ୍ୟ ବା ଧାର୍ମିକ ଉଦ୍ଦେଶ୍ୟ ରହିବା ଆବଶ୍ୟକ ହୋଇନଥାଏ।


(୪)ଟ୍ରଷ୍ଟି ଦରମା ବା ଭତ୍ତା ଦାବି କରିନଥାଏ ମାତ୍ର ମୁତାୱଲୀ ନିକଟରେ ଏହାକୁ ଦାବି କରିବାର ଅଧିକାର ଥାଏ।


(୫)ଏତଦବ୍ୟତୀତ ଟ୍ରଷ୍ଟଟି ଟ୍ରଷ୍ଟ ଆକ୍ଟ ଦ୍ଵାରା ନିୟନ୍ତ୍ରିତ ହୋଇଥାଏ, ଅନ୍ୟପକ୍ଷରେ ୱକଫଟି ୱକଫ ଆକ୍ଟ ତଥା ମୁସଲିମ ଧର୍ମର ଅନ୍ୟାନ୍ୟ ନୀତି ନିୟମରେ ପରିଚାଳିତ ହୋଇଥାଏ।

Our Recent Posts