• ସୂର୍ଯ୍ୟସ୍ନାତା ଦାସ

ମୁସଲିମ ଧର୍ମର ଭାଗ ଗୁଡିକ



ଇସଲାମ ଧର୍ମରେ ପ୍ରଫେଟଙ୍କର ଦେହବସାନ ପରେ ତାଙ୍କର ଉତ୍ତରାଧିକାରକୁ ନେଇ ଦ୍ଵନ୍ଦ ସୃଷ୍ଟି ହୋଇଥିଲା।କିଛି ଲୋକ ନିର୍ବାଚନ ମାଧ୍ୟମରେ ପ୍ରଫେଟଙ୍କର ଉତ୍ତରାଧିକାରୀ ବାଛିବାକୁ ସ୍ଥିର କଲେ ଏବଂ କିଛି ଲୋକ ପ୍ରଫେଟଙ୍କର ରକ୍ତ ସମ୍ବନ୍ଧୀୟଙ୍କୁ ହିଁ ତାଙ୍କ ଉତ୍ତରାଧିକାରୀ ରୂପେ ସୂଚୀତ କଲେ, ଫଳତଃ ଏହି ସଂପ୍ରଦାୟ ଏହି ଦୁଇଟି ଭିନ୍ନଭିନ୍ନ ମତକୁ ନେଇ ଦୁଇଭାଗ ହୋଇଗଲା। ନିର୍ବାଚନ ମାଧ୍ୟମରେ ଉତ୍ତରାଧିକାରୀ ବାଛିବାକୁ ଚାହୁଁଥିବା ଦଳଙ୍କୁ ସୁନ୍ନୀ ଏବଂ ରକ୍ତ ସମ୍ବନ୍ଧୀୟଙ୍କୁ ଉତ୍ତରାଧିକାରୀ ବାଛିବାକୁ ଚାହୁଁଥିବା ଦଳଙ୍କୁ ଶିଆ ଭାବରେ ନାମିତ କରାଗଲା।ସୁନ୍ନୀ ସଂପ୍ରଦାୟ ଅବୁ ବକ୍ରଙ୍କୁ ଖଲିଫା ଭାବରେ ନିର୍ବାଚିତ କରିଥିବା ବେଳେ ଶିଆ ସଂପ୍ରଦାୟ ପ୍ରଫେଟଙ୍କ ଜାମାତା ଅଲ୍ଲୀଙ୍କୁ ହିଁ ଇମାମ୍ ଅର୍ଥାତ୍ ଉତ୍ତରାଧିକାରୀ ଭାବରେ ବାଛିଥିଲେ।ତେଣୁ ଇସଲାମରେ ଲୋକମାନଙ୍କୁ ଇସଲାମର କେତେକ ଦିଗ ଉପରେ ଭିନ୍ନ ମତ ରଖି ଦୁଇ ଦଳରେ ବିଭକ୍ତ କରାଯାଇଛି।


- ସୁନ୍ନି ବିଚାରଧାରା ବା ବିଭାଗ ।


- ଶିଆ ବିଚାରଧାରା ବା ବିଭାଗ ।


ସୁନ୍ନି ବିଚାରଧାରା ବା ଭାଗଗୁଡ଼ିକ -


ସୁନ୍ନି ସମ୍ପ୍ରଦାୟରେ ମୁସଲିମ୍ ଆଇନର ଚାରୋଟି ପ୍ରମୁଖ ଭାଗ ବା ବିଚାରଧାରା ଅଛି ଯାହା ନିମ୍ନଲିଖିତ ଅଟେ;


ହାନାଫି ବିଚାରଧାରା ବା ବିଭାଗ -


ଏହି ଭାଗଟି ଏହାର ପ୍ରତିଷ୍ଠାତା ଆବୁ ହାନାଫିଙ୍କ ନାମକୁ ଆଧାର କରି ସୃଷ୍ଟି ହୋଇଛି।ମୁସଲିମ ଆଇନରେ ହାନଫି ବିଚାରଧାରା ହେଉଛି ସବୁଠାରୁ ଲୋକପ୍ରିୟ ବିଚାରଧାରା ବା ଭାଗ । ଭାରତ, ପାକିସ୍ଥାନ, ସିରିଆ, ଏବଂ ତୁର୍କୀ ଭଳି ଦେଶର ଅଧିକାଂଶ ମୁସଲମାନ ହାନାଫି ଭାଗକୁ ଅନୁସରଣ କରନ୍ତି।ଏହି ଭାଗରେ କୁରାନକୁ ସବୁ ନୀତିନିୟମ ଓ ଆଇନର ମୂଳ ଭାବରେ ଗ୍ରହଣ କରାଯାଇଥାଏ।ଏହି ବିଭାଗର ପ୍ରତିଷ୍ଠାତା ପ୍ରଥାଗୁଡିକୁ ବା ପରମ୍ପରାଗୁଡିକୁ ଆଇନର ଉତ୍ସ ଭାବରେ ଗ୍ରହଣ କରିଥିଲେ ସୁତରାଂ ଏହି ଭାଗରେ ସେସବୁର ଅଧିକ ଗୁରୁତ୍ଵ ଥାଏ।ଏହି ଭାଗରେ କ୍ୱିୟସ୍ ବା ଅନୁରୂପ ଯୁକ୍ତିକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଇଥାଏ।


ମଲିକୀ ଭାଗ ବା ବିଚାରଧାରା -


ଏହି ବିଚାରଧାରାର ନାମ ମୁଫତି ମଲିକ-ବିନ୍-ଅନାସଙ୍କଠାରୁ ଆସିଅଛି । ଇମାମ ମଲିକଙ୍କର ମୁ-ଆଥା ମଲିକୀ ବିଚାରଧାରାର ସବୁଠାରୁ ପ୍ରାଧାନ୍ୟ ପୁସ୍ତକ ଭାବରେ ବିବେଚନା କରାଯାଏ ।ଏହି ଭାଗଟି ଅନ୍ୟ ଭାଗ ବା ବିଚାରଧାରା ଅପେକ୍ଷା ମହିଳାମାନଙ୍କୁ ଅଧିକ ଅଧିକାର ଦେଇଥାଏ।ଯେପରିକି ହାନଫି ସ୍କୁଲରେ, ଯଦି ମହିଳାମାନେ ତାଙ୍କ ସ୍ୱାମୀଙ୍କ ବିଷୟରେ କୌଣସି ଖବର ନ ପାଆନ୍ତି, ତେବେ ତାଙ୍କୁ ବିବାହର ବିଲୋପ ପାଇଁ ୭ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ, ଯେତେବେଳେ କି ମଲିକୀ ବିଚାରଧାରାରେ ମହିଳାମାନଙ୍କୁ ବିବାହ ବିଚ୍ଛେଦ ପାଇଁ ମାତ୍ର ୨ ବର୍ଷ ଅପେକ୍ଷା କରିବାକୁ ପଡିଥାଏ ।ଏହାଛଡା ଉତ୍ତରାଧିକାର, ବିବାହ ବିଚ୍ଛେଦ ପ୍ରଭୃତିରେ ମଧ୍ୟ ଏହା ମହିଳା ମାନଙ୍କୁ ଅନ୍ୟାନ୍ୟ ଭାଗଠାରୁ ଅଧିକ ଅଧିକାର ପ୍ରଦାନ କରିଥାଏ।ତେବେ ଏହି ଭାଗଟି ଅଧିକ ଲୋକପ୍ରିୟ ନୁହେଁ ଏବଂ ଭାରତରେ ମଧ୍ୟ ଏହି ବିଚାରଧାରାର ଅନୁଗାମୀ ଖୁବ କମ୍ ।


ଶାଫି ବିଚାରଧାରା -


ଶାଫି ଭାଗ ଏହାର ନାମ ମହମ୍ମଦ ବିନ୍ ଇଡ୍ରିସ୍ ଶାଫିଙ୍କ ନାମରୁ ପାଇଛି,ଯାହାଙ୍କୁ କି ଇସଲାମର ଜଣେ ଶ୍ରେଷ୍ଠ ଆଇନବିତ୍ ଭାବରେ ବିବେଚନା କରାଯାଏ।ଇମାମ ଶାଫିଙ୍କ ଅଲ-ରିସାଲା ଇସଲାମିକ ନ୍ୟାୟ ଅଧିକାରର ଏକ ପ୍ରାଧିକୃତ ପୁସ୍ତକ ଭାବରେ ବିବେଚନା କରାଯାଇଥାଏ।ଶାଫି ବିଚାରଧାରାର ମୁଖ୍ୟ ଅବଦାନ ହେଉଛି କ୍ୱିୟସ୍ ବା ଅନୁରୂପ ଯୁକ୍ତି ।


ଏହି ଭାଗଟି ଉଭୟ କୁରାନ ଓ ପ୍ରଫେଟଙ୍କର ସୁନ୍ନାକୁ ଯଥେଷ୍ଟ ଗୁରୁତ୍ଵ ଦେଇଥାଏ।ଅବୁ ହନିଫାଙ୍କ ଭଳି କୁରାନ ଆଡକୁ ଅଥବା ଇମାମ ମଲିକଙ୍କ ଭଳି ମଦିନାର ପରମ୍ପରାଆଡକୁ ଅଧିକ ନଢଳି ଇମାମ ଶାଫି ଏ ଦୁଇଟି ଭିତରେ ସମନ୍ଵୟ ଉପଯୁକ୍ତ ସମନ୍ଵୟ ରକ୍ଷା କରିଛନ୍ତି।


ହାନବାଲି ବିଚାରଧାରା -


ଅହମ୍ମଦ ବିନ୍ ହାନବଲ୍ ହାନବାଲି ବିଚାରଧାରା ପ୍ରତିଷ୍ଠା କରିଥିଲେ। ସେ ଇଜତିହାଦ୍ ପଦ୍ଧତିକୁ ଦୃଢ ବିରୋଧ କରିଥିଲେ ଏବଂ ସୁନ୍ନା ଏବଂ ହଦୀସ୍ ର ମୂଳ ଅନୁସନ୍ଧାନ କରିବାର ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ ।ଏହି ବିଭାଗକୁ ଅନୁସରଣ କରୁଥିବା ଦଳ କୁରାନ ଓ ହଦୀସକୁ ଭିତ୍ତିକରି ନ୍ୟାୟପୂର୍ଣ୍ଣ ଅନୁସନ୍ଧାନ ପଦ୍ଧତିରେ ବିଶ୍ଵାସ କରିଥାନ୍ତି।ଏ ଭାଗରେ ହଦୀସର ଖୁବ ଅଧିକ ଗୁରୁତ୍ଵ ରହିଥାଏ।


ଶିଆ ବିଚାରଧାରାଗୁଡ଼ିକ ବା ବିଭାଗ -


ଶିଆ ବିଭାଗକୁ ମୁସଲମାନ ଜଗତରେ ସଂଖ୍ୟାଲଘୁ ଭାବରେ ବିବେଚନା କରାଯାଏ। ସେମାନେ ମୁଖ୍ୟତଃ ତିନି ଭାଗରେ ବିଭକ୍ତ ।


ଅଥନା-ଆଶାରିଆ -


ଏହି ବିଚାରଧାରାଟି ଶିଆ ମୁସଲମାନମାନଙ୍କର ସବୁଠାରୁ ପ୍ରଧାନ ଓ ଲୋକପ୍ରିୟ ଭାଗ । ଏହି ବିଚାରଧାରାଗୁଡ଼ିକର ଅନୁଗାମୀମାନଙ୍କୁ ଶାନ୍ତବାଦୀ ଭାବରେ ବିବେଚନା କରାଯାଏ।ଏମାନେ ମୁଖ୍ୟତଃ ଇରାକ ଏବଂ ଇରାନରେ ଦେଖିବାକୁ ମିଳନ୍ତି । ଭାରତରେ ମଧ୍ୟ ଅଧିକାଂଶ ଶିଆ ମୁସଲମାନ ଇଥନା-ଆଶାରିସ୍ ବିଚାରଧାରାର ନୀତି ଅନୁସରଣ କରନ୍ତି ।


ଇସ୍ମାଲ୍ୟା -


ଭାରତରେ ବୋହୋରା ଏବଂ ଖୋଜଙ୍କୁ ଏହି ବିଚାରଧାରାର ଅନୁଗାମୀ ଭାବରେ ବିବେଚନା କରାଯାଏ ।ଏହି ଭାଗର ଅନୁଗାମୀଙ୍କ ମଧ୍ୟରେ ଧର୍ମ ବିଷୟରେ ଅନ୍ୟାନ୍ୟ ବିଭାଗ ଭଳି ଅନେକ ସାଧାରଣ ନିୟମ ପାଳିତ ହୋଇଥାଏ।


ଏମାନଙ୍କର ମତରେ କେବଳ ସାତଜଣ ହିଁ ଇମାମ ଅଛନ୍ତି ଓ ଇସମାଲ ହେଉଛନ୍ତି ସପ୍ତମ ଇମାମ। ତେଣୁ ଏହି ଇସ୍ମାଲ୍ୟା ଭାଗର ଅନୁଗାମୀ ମାନେ ସେଭେନର୍ସ ଭାବରେ ଜଣାଯାଇଥାଆନ୍ତି।


ଜୈଦି -


ସମ୍ପ୍ରଦାୟ ୟେମେନର ସମସ୍ତଙ୍କ ମଧ୍ୟରେ ଶିଆ ବିଚାରଧାରାର ସବୁଠାରୁ ପ୍ରାଧାନ୍ୟ ଏବଂ ଦକ୍ଷିଣ ଆରବରେ ସର୍ବାଧିକ ସଂଖ୍ୟକ ଦେଖିବାକୁ ମିଳନ୍ତି। ଭାରତରେ ଏମାନଙ୍କ ସଂଖ୍ୟା ଖୁବ କମ।


ଅନ୍ୟ ଭାଗଗୁଡ଼ିକ :


ଶିଆ ଏବଂ ସୁନ୍ନି ଭାଗ ଅଧୀନରେ ଥିବା ବିଚାରଧାରାଗୁଡ଼ିକ ବ୍ୟତୀତ ଇସଲାମ ଧର୍ମରେ ଅନ୍ୟ କେତେକ ବିଚାରଧାରା ବା ବିଭାଗ ମଧ୍ୟ ଅଛି :


ଇବାଡି ବିଚାରଧାରା -


ଏହି ଭାଗଟି କୁରାନ ସହ ଇଜତିହାଦକୁ ମୁଖ୍ୟ ବିଚାର ଭାବରେ ସ୍ଵୀକୃତି ଦେଇଥାଏ ଏବଂ ସୁନ୍ନାକୁ ଗୁରୁତ୍ଵ ଦେଇନଥାଏ।ଏହି ଇବାଡି ହେଉଛି ଭାଗ ବା ବିଚାରଧାରାଟି ଶିଆ କିମ୍ବା ସୁନ୍ନି ସମ୍ପ୍ରଦାୟର ଅନ୍ତର୍ଗତ ନୁହେଁ। ଏହି ଭାଗର ଇତିହାସ ଖଲିଫା ଅଲିଙ୍କ ସମୟରୁ ଆସିଛି।


ଅହମ୍ମଦିଆ ବିଚାରଧାରା -


ମିର୍ଜା ଗୁଲାମ ଖାଡିଆନି ଏହି ବିଚାରଧାରାର ପ୍ରତିଷ୍ଠାତା ଓ ଏହି ଭାଗର ଅନୁଗାମୀ ମାନଙ୍କୁ କାଦିଆନ କୁହାଯାଏ। ଅନ୍ୟାନ୍ୟ ଭାଗ ତୁଳନାରେ ଏହାର ଉତ୍ପତ୍ତି ସମୟ ଖୁବ ନୂତନ।ଏହା ମୁଖ୍ୟତଃ ଅହମ୍ମଦିଆ ମୁଭମେଣ୍ଟ ବା ଅହମ୍ମଦିଆ ବିପ୍ଲବ ନାମରେ ଜଣାଶୁଣା।


ଏହି ବିଭିନ୍ନ ଭାଗରେ ବିଭକ୍ତ ହେବା କାରଣରୁ ମୁସଲିମ ଧର୍ମର ପ୍ରତିଟି ଭାଗର ବିଭିନ୍ନ ନିୟମ ପରସ୍ପରଠାରୁ କେତୋଟି କ୍ଷେତ୍ରରେ ସାମାନ୍ୟ ଭିନ୍ନ ହୋଇଥାଏ,ତେବେ ମୂଳ ନିୟମ ଓ ମୌଳିକ ନିୟମ ସମୂହ ପ୍ରାୟତଃ ସବୁ ଭାଗରେ ଊଣାଅଧିକେ ସମାନ।

Our Recent Posts

Law in Odia

India

LAW IN ODIA