• ସୂର୍ଯ୍ୟସ୍ନାତା ଦାସ

ସୂଚନା ସମ୍ଭ - ଓଡ଼ିଆ ନବବର୍ଷ ଉପଲକ୍ଷେ କୁଇଜ ବା ପ୍ରଶ୍ନୋତ୍ତର ପ୍ରତିଯୋଗିତା

ଆସନ୍ତାକାଲି ଓଡ଼ିଆ ନବବର୍ଷ;କାଲି ଠାରୁ ଆରମ୍ଭ ହେବାକୁ ଯାଉଛି ସମ୍ଭାବନାମୟ ଜୀବନର ଏକ ନୂଆ ଅଧ୍ୟାୟ,ଯାହା ଅବସରରେ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ଏହି ସାଇଟର ସମ୍ପର୍କ ଓ ମତାମତ ଫର୍ମ ଯୋଗେ ପଠାଯାଇଥିବା କେତେକ ଅନୁରୋଧକୁ ରକ୍ଷା କରି ଲ' ଇନ୍ ଓଡ଼ିଆ ଆସନ୍ତାକାଲି ନବବର୍ଷ ଉପଲକ୍ଷେ କୁଇଜ୍ ବା ପ୍ରଶ୍ନୋତ୍ତର ପ୍ରତିଯୋଗିତାର ଆୟୋଜନ କରୁଛି, ସେଠାରେ ଆପଣ ନିମ୍ନଲିଖିତ ପ୍ରଶ୍ନସମୂହକୁ ପଢି ଉତ୍ତର ଗୁଡିକ ମଧ୍ୟରୁ ଠିକ ଉତ୍ତରଟି ବାଛିବାକୁ ଚେଷ୍ଟା କରନ୍ତୁ ଓ ନିଜ ସହ ନିଜର ଏଇ ପ୍ରତିଯୋଗିତାରେ ନିଜର ଆଇନ ସମ୍ବନ୍ଧୀୟ ଜ୍ଞାନକୁ ପରୀକ୍ଷା କରିବା ସହ ନିଜେ ସଚେତନ ହୁଅନ୍ତୁ ଏବଂ ଅନ୍ୟକୁ ସଚେତନ କରନ୍ତୁ ।ଏହି କୁଇଜର ପ୍ରଥମ ୫ଜଣ ବିଜେତାଙ୍କ ନାମ ଓ୍ବେବସାଇଟରେ ପ୍ରକାଶ କରାଯିବ ।

ଏହି କୁଇଜଟିରେ ଅଂଶଗ୍ରହଣ କରିବା ନିମନ୍ତେ କୌଣସି ରେଜିଷ୍ଟ୍ରେସନର ଆବଶ୍ୟକତା ନାହିଁ। ଏଠାରେ ଦୃଷ୍ଟି ରଖିବେ ଯେ, ପ୍ରତିଯୋଗିତା ନିମନ୍ତେ ଗୁଗୁଲ ଫର୍ମର ଲିଙ୍କ କେବଳ ୧୨.୩୦ - ୧୨.୪୦ ଯାଏଁ ରହିବ,ଏ ସମୟ ମଧ୍ୟରେ ଅଂଶଗ୍ରହଣ କରିଥିବା ତଥା ୧୨.୪୦ ବା ତା'ର ପୂର୍ବରୁ ଫର୍ମଟି ଦାଖଲ କରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ହିଁ ୫ଜଣ ବିଜେତା ନିରୂପଣ କରାଯିବ।ଅବଶ୍ୟ ଉକ୍ତ ସମୟ ପରେ ମଧ୍ୟ ଦିନସାରା ଲିଙ୍କଟି କାର୍ଯ୍ୟ କରୁଥିବା ଅବସ୍ଥାରେ ରହିବ ଓ ଯିଏ ଯେତେବେଳେ ଚାହିଁବ ସେଥିରେ ଭାଗ ନେଇପାରିବ ଓ ନିଜର ମୂଲ୍ୟାଙ୍କନ ପତ୍ର ପାଇପାରିବ,ମାତ୍ର ସେମାନଙ୍କୁ ପ୍ରତିଯୋଗୀ ଭାବରେ ଗଣନା କରାଯିବ ନାହିଁ।


{ଏଇ ପ୍ରଶ୍ନୋତ୍ତର ବା କୁଇଜଟି ଆଇନ ବିଭାଗରେ ପଢୁଥିବା ବା ପଢିଥିବା ଛାତ୍ରଉଦ୍ଦିଷ୍ଟ ନୁହେଁ,(କାରଣ ଏହା ସେମାନଙ୍କ ନିମନ୍ତେ ଖୁବ ସହଜ ରହିପାରେ ଯାହା ପ୍ରତିଯୋଗିତାର ଫଳାଫଳକୁ ପ୍ରଭାବିତ କରିପାରେ), ତେବେ ସେମାନେ ଚାହିଁଲେ ଆଗ୍ରହ ଏବଂ ଇଚ୍ଛା କରି ଏଥିରେ ଭାଗ ନେଇ ପାରନ୍ତି ଓ ମୂଲ୍ୟାଙ୍କନ ପତ୍ର ପାଇପାରନ୍ତି,(ତାଙ୍କୁ ସ୍ବାଗତ) ,ମାତ୍ର ସେମାନଙ୍କ ନାମ ବିଜେତାଙ୍କ ସୂଚୀରେ ପ୍ରକାଶ ପାଇବ ନାହିଁ ।}



ଧନ୍ୟବାଦ ଏବଂ ଆପଣ ସମସ୍ତଙ୍କୁ ଓଡ଼ିଆରେ ଏଇ ପ୍ରଶ୍ନୋତ୍ତର ବା କୁଇଜ୍ ନିମନ୍ତେ ଶୁଭେଚ୍ଛା :) କୁଇଜର ଲିଙ୍କ ଆସନ୍ତାକାଲି ୧୨.୨୮ ସୁଦ୍ଧା ଏହି ସୂଚନା ସମ୍ଭରେ ହିଁ ଅପଡେଟ ହୋଇଯିବ ।



ପ୍ରତିଯୋଗିତାର ଲିଙ୍କ - https://docs.google.com/forms/d/e/1FAIpQLSfLnk8eI2GjJngyWoeB0ChwNzwIu7cgGlLv4OWlAn0Powpi3g/viewform?usp=sf_link

Our Recent Posts