• ସୂର୍ଯ୍ୟସ୍ନାତା ଦାସ

ହିନ୍ଦୁ ବିବାହ ଅଧିନିୟମ ଅନୁଯାୟୀ ଛାଡପତ୍ର


ପାରମ୍ପରିକ ହିନ୍ଦୁଧର୍ମରେ ବିବାହକୁ ଜନ୍ମଜନ୍ମାନ୍ତରର ସମ୍ପର୍କ ଭାବେ ବିବେଚନା କରାଯାଏ ଏବଂ ସେଥିରେ ବିଚ୍ଛେଦର ବ୍ୟବସ୍ଥା ନଥାଏ।ତେବେ ଆଧୁନିକ ଆଇନ୍ ବ୍ୟବସ୍ଥାରେ ସମାଜିକ ସ୍ୱାର୍ଥ,ବୈବାହିକ ସମ୍ବନ୍ଧ, ବ୍ୟକ୍ତିର ଇଚ୍ଛା ତଥା ପରିବର୍ତ୍ତିତ ସମୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିର୍ଦ୍ଦିଷ୍ଟ କାରଣ ସମୂହ ପାଇଁ ବିବାହ ବିଚ୍ଛେଦ ବା ଛାଡପତ୍ରର ବ୍ୟବସ୍ଥା ରହିଛି। ହିନ୍ଦୁ ବିବାହ ଅଧିନିୟମରେ ୧୯୫୫ରେ ହିନ୍ଦୁଙ୍କ ମଧ୍ୟରେ ବିବାହ ବିଚ୍ଛେଦର ବୈଧତା ଏବଂ ଛାଡପତ୍ର ସମ୍ବନ୍ଧରେ କିଛି ବ୍ୟବସ୍ଥା ଦିଆଯାଇଛି। ଏହି ଅଧିନିୟମର ଧାରା ୧୩(୧)ଅନୁସାରେ କୈାଣସି ଅସନ୍ତୁଷ୍ଟ ପକ୍ଷ ନ୍ୟାୟାଳୟ ନିକଟକୁ ଯାଇ ଉପଯୁକ୍ତ କାରଣ ଦର୍ଶାଇ ଛାଡପତ୍ର ପାଇଁ ଦାବି କରିପାରିବେ। ଧାରା ୧୩(୨) ଅନୁସାରେ କେବଳ ପତ୍ନୀଙ୍କ ନିମନ୍ତେ ଛାଡପତ୍ର ପାଇଁ କେତେକ ପରିସ୍ଥିତି ଦିଆଯାଇଛି ।


ହିନ୍ଦୁ ବିବାହ ଆଇନ ଅନୁଯାୟୀ ଛାଡପତ୍ର -


i) ଯେ ବିବାହର ସମାରୋହ ପରେ ଅନ୍ୟ ପକ୍ଷ ତାଙ୍କ ବୈବାହିକ ସାଥୀ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତିଙ୍କ ସହିତ ସ୍ବେଚ୍ଛାକୃତ ଶାରୀରିକ ସମ୍ପର୍କ ରଖିଛନ୍ତି;ଅଥବା ବିବାହର ସମାରୋହ ପରେ ଗୋଟିଏ ପକ୍ଷ ଅନ୍ୟ ପକ୍ଷଙ୍କୁ ନିର୍ଦ୍ଦୟ ଭାବରେ ବ୍ୟବହାର କରିଛନ୍ତି; କିମ୍ବା ଆବେଦନପତ୍ରର ଉପସ୍ଥାପନା କରିବାର ଅତି କମରେ ଦୁଇବର୍ଷ ପୂର୍ବରୁ ଗୋଟିଏ ପକ୍ଷ ଅନ୍ୟ ପକ୍ଷକୁ ତ୍ୟାଗ କରିଛନ୍ତି।


(ii) ଅନ୍ୟ ପକ୍ଷ ଅନ୍ୟ ଧର୍ମକୁ ଗ୍ରହଣ କରି ହିନ୍ଦୁ ହୋଇରହିନାହାନ୍ତି;


(iii) ଯେ ଅନ୍ୟ ପକ୍ଷ ମାନସିକ ଅକ୍ଷମ ହୋଇପଡିଛନ୍ତି କିମ୍ବା ଏପରି ପ୍ରକାରର ମାନସିକ ବିକାରରୁ ନିରନ୍ତର କିମ୍ବା ମଧ୍ୟବର୍ତ୍ତୀକାଳୀନ ଅସୁସ୍ଥତା ଭୋଗୁଛନ୍ତି ଏବଂ ଏପରି ପରିମାଣରେ ଆବେଦନକାରୀ ଅନ୍ୟ ପକ୍ଷ ସହିତ ରହିବାକୁ ଆଶା କରିପାରୁନାହାଁନ୍ତି;


(iv) ଯେ ଅନ୍ୟ ପକ୍ଷ ଦୂରାରୋଗ୍ୟ କୁଷ୍ଠରୋଗରେ ପୀଡ଼ିତ ହୋଇଛନ୍ତି କିମ୍ବା


(v)ଯେ ଅନ୍ୟ ପକ୍ଷ ଏକ ଯୌନ ସଂକ୍ରାମକ ରୋଗରେ ପୀଡିତ ହୋଇଛନ୍ତି; କିମ୍ବା


(vi) ଅନ୍ୟ ଦଳ କୌଣସି ଧାର୍ମିକ କାର୍ଯ୍ୟରେ ପ୍ରବେଶ କରି ସାଂସାରିକ କର୍ତ୍ତବ୍ୟ ତ୍ୟାଗ କରିଛନ୍ତି;


(vii)ସାତ ବର୍ଷ କିମ୍ବା ତଦୁର୍ଦ୍ଧ୍ବ ସମୟ ଧରି ତାଙ୍କ ବଞ୍ଚିଥିବାର କୈାଣସି ଖବର ଶୁଣାଯାଇନାହିଁ।


ଜୋସେଫ ସାଇନ୍ ବନାମ ୟୁନିଅନର ଅଫ୍ ଇଣ୍ଡିଆ ମାମଲାରେ ଦଣ୍ଡସଂହିତାର ଦଫା ୪୯୭ର ଉଚ୍ଛେଦ ପରେ ବ୍ୟଭିଚାର ଯଦିଓ ଏକ ଅପରାଧ ନୁହେଁ ତଥାପି ଛାଡପତ୍ର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କାରଣ ଭାବରେ ବିବେଚନା କରାଯାଏ। ବ୍ୟଭିଚାରର ଧାରଣା ହିନ୍ଦୁ ବିବାହ ଅଧିନିୟମ ଅନୁଯାୟୀ ବିବାହ ଆଇନ ସଂଶୋଧନ ଅଧିନିୟମ ଦ୍ୱାରା ଭର୍ତ୍ତି କରାଯାଇଥିଲା। ବ୍ୟଭିଚାର ଅର୍ଥ ବିପରୀତ ଲିଙ୍ଗର ବିବାହିତ କିମ୍ବା ଅବିବାହିତ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହିତ ବିବାହିତ ବ୍ୟକ୍ତିଙ୍କ ମଧ୍ୟରେ ସମ୍ମତି ଏବଂ ସ୍ୱେଚ୍ଛାକୃତ ସମ୍ପର୍କ।ଥରୁଟିଏ ବ୍ୟଭିଚାର ଘଟିଥିବାର ପ୍ରମାଣ ମଧ୍ୟ ବିବାହ ବିଚ୍ଛେଦ ନିମନ୍ତେ ଯଥେଷ୍ଟ ହୋଇଥାଏ।


ନିଷ୍ଠୁରତା ମାନସିକ ତଥା ଶାରୀରିକ ନିଷ୍ଠୁରତାକୁ ମଧ୍ୟ ଅନ୍ତର୍ଭୁକ୍ତ କରେ । ଶାରୀରିକ ନିର୍ଦ୍ଦୟତାର ଅର୍ଥ ହେଉଛି ଯେତେବେଳେ ଜଣେ ପକ୍ଷ ଅନ୍ୟ ପକ୍ଷଙ୍କୁ ଶାରୀରିକ ଆଘାତ ଦେଇଥାଏ ।ମାନସିକ ନିଷ୍ଠୁରତା ଶବ୍ଦର ଅର୍ଥଟି ଏହି ଅଧିନିୟମରେ ବର୍ଣ୍ଣନା କରାଯାଇନାହିଁ,ତଥାପି ଦସ୍ତାନେ ବନାମ ଦସ୍ତାନେ ମାମଲାରେ ଏହା କୁହାଯାଇଥିଲା ଯେ, ଗୋଟିଏ ପକ୍ଷର କୌଣସି ବ୍ୟବହାର ଯାହା ଅନ୍ୟ ପକ୍ଷଟି ମନରେ ଏହି ଧାରଣା ଉତ୍ପନ୍ନ କରିଥାଏ ଯେ,ଅନ୍ୟ ପକ୍ଷଟି ସହ ଚଳିବା କଷ୍ଟ ଦାୟକ ତଥା କ୍ଷତିକାରକ,ତାହା ନିଷ୍ଠୁରତାକୁ ବୁଝାଇଥାଏ।


ଏହି ନିଷ୍ଠୁରତା ଉଭୟ ଶାରୀରିକ ତଥା ମାନସିକ ହୋଇପାରେ। ଶାରୀରିକ କ୍ରୁରତାର ପ୍ରକୃତି ନିର୍ଣ୍ଣୟ କରିବା ସହଜ କିନ୍ତୁ ମାନସିକ କ୍ରୁରତା ବିଷୟରେ କହିବା କଷ୍ଟକର ।ବଳରାମ ପ୍ରଜାପତି ବନାମ ସୁଶୀଲା ବାଇ ମାମଲାରେ ପତ୍ନୀ ତାଙ୍କ ପତିଙ୍କ ସହ ଏବଂ ପତିଙ୍କ ପିତାମାତାଙ୍କ ସହିତ ଆକ୍ରମଣାତ୍ମକ ଆଚରଣ କରୁଥିଲେ ଏବଂ ଅନେକ ଥର ସେ ତାଙ୍କ ସ୍ୱାମୀଙ୍କ ବିରୁଦ୍ଧରେ ମିଥ୍ୟା ଅଭିଯୋଗ ଦାଖଲ କରିଥିଲେ ।ଏହି କାରଣକୁ ଭିତ୍ତିକରି ମାନସିକ ନିର୍ଯାତନା ଆଧାରରେ ନ୍ୟାୟାଳୟ ଛାଡପତ୍ର ଆବେଦନକୁ ଗ୍ରହଣ କରିଥିଲା।


ଶୋଭାରାଣୀ ବନାମ ମଧୁକର ରେଡ୍ଡୀ ମାମଲାରେ,ଯୌତୁକ ପାଇଁ ଦାବି କରିବାକୁ ବି ଏକ ନିର୍ଯ୍ୟାତନା ରୂପେ ପରିଗଣିତ କରାଯାଇଥିଲା।


ପରିତ୍ୟାଗ ପଦଟି ମଧ୍ୟ ଏହି ଅଧିନିୟମରେ ବର୍ଣ୍ଣନା କରାଯାଇନାହିଁ,ତଥାପି ଯଦି ବିନା କୈାଣସି କାରଣରୁ ଦୁଇ ବର୍ଷ ବା ଅଧିକ ସମୟ ଧରି ଜଣେ ଅନ୍ୟ ଜଣଙ୍କୁ ବୈବାହିକ ସମ୍ପର୍କରୁ ବଞ୍ଚିତ କରନ୍ତି ଏବଂ ଦୂରେଇଆସନ୍ତି ଏବଂ ଏପରି କାର୍ଯ୍ୟରେ ଉକ୍ତ ଆବେଦନକାରୀ ପକ୍ଷଙ୍କର ସମ୍ମତି ନଥାଏ,ତେବେ ଏହାକୁ ପରିତ୍ୟାଗ କୁହାଯିବ ଏବଂ ଏହା ବିଚ୍ଛେଦ ନିମନ୍ତେ ଏକ କାରଣ ଭାବରେ ପରିଗଣିତ ହେବ।


ଯଦି ପତି-ପତ୍ନୀଙ୍କ ମଧ୍ୟରୁ ଜଣେ ଅନ୍ୟ ପତି-ପତ୍ନୀଙ୍କ ସହମତି ବିନା ଅନ୍ୟ ଧର୍ମକୁ ଅନ୍ୟ ଧର୍ମରେ ପରିଣତ କରନ୍ତି, ତେବେ ଅନ୍ୟ ପତି-ପତ୍ନୀ କୋର୍ଟ ନିକଟକୁ ଯାଇ ଛାଡପତ୍ରର ପାଇଁ ଆବେଦନ କରିପାରିବେ। ଉଦାହରଣ ସ୍ଵରୂପ ଜଣେ ହିନ୍ଦୁ "କ"ଙ୍କର ପତ୍ନୀ" ଖ "ଏବଂ ଗୋଟିଏ ସନ୍ତାନ ଅଛନ୍ତି। ଦିନେ 'କ' ଚର୍ଚ୍ଚକୁ ଯାଇ 'ଖ' ର ସହମତି ବିନା ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କଲା, ଏଠାରେ 'ଖ' କୋର୍ଟ ନିକଟକୁ ଯାଇ ଧର୍ମ ପରିବର୍ତ୍ତନ ପାଇଁ ଛାଡପତ୍ର ମାଗିପାରେ ।


ବିବାହର ଗୋଟିଏ ପକ୍ଷ ଯଦି ମାନସିକ ଅକ୍ଷମ ହୋଇଯାଆନ୍ତି କିମ୍ବା କ୍ରମାଗତ ଭାବରେ କିମ୍ବା ମଧ୍ୟବର୍ତ୍ତୀ ସମୟରେ ମାନସିକ ଅସୁସ୍ଥତା ଭୋଗୁଛନ୍ତି ଏବଂ ଏପରି ପରିମାଣରେ ଯେ ଆବେଦନକାରୀ ତାଙ୍କ ସହ ଭବିଷ୍ୟତରେ ଉପଯୁକ୍ତ ଭାବରେ ରହିବାର ଆଶା କରାପାରୁନାହାନ୍ତି,ତେବେ ସେ ବିଚ୍ଛେଦ ପାଇଁ ଆବେଦନ କରିପାରିବେ।କୁଷ୍ଠରୋଗ ହେଉଛି ଚର୍ମର ସଂକ୍ରାମକ ରୋଗ ଯାହା ଜଣଙ୍କଠାରୁ ଅନ୍ୟ ଜଣକୁ ସଂକ୍ରମିତ ହୁଏ । ତେଣୁ ଏହା ଛାଡପତ୍ର ପାଇଁ ବୈଧ କାରଣ ଭାବରେ ବିବେଚନା କରାଯାଏ ।ଏତଦବ୍ୟତୀତ ଯଦି ଗୋଟିଏ ପକ୍ଷ କୈାଣସି ଯୌନ ସଂକ୍ରାମକ ରୋଗରେ ପୀଡିତ ହୁଅନ୍ତି,ତାହା ମଧ୍ୟ ଛାଡପତ୍ରର ବୈଧ କାରଣ ହୋଇଥାଏ।

ଯେତେବେଳେ ପତି କିମ୍ବା ପତ୍ନୀ ସମସ୍ତ ପ୍ରକାର ସମ୍ବନ୍ଧକୁ ତ୍ୟାଗ କରି ସନ୍ନ୍ୟାସ ଗ୍ରହଣ କରନ୍ତି,ସେତେବେଳେ ଅପର ପକ୍ଷ ଦ୍ଵାରା ଛାଡପତ୍ର ଆବେଦନ କରିଯାଇପାରିବ।ଏହା ଛଡ଼ା ମୃତ୍ୟୁର ଅନୁମାନ କ୍ଷେତ୍ରରେ ମଧ୍ୟ ଏହି ଆବେଦନ ହୋଇପାରିଥାଏ। । ଏହି ପରିପ୍ରେକ୍ଷୀରେ, ସେହି ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଏ, ଯଦି ସେହି ବ୍ୟକ୍ତିଙ୍କ ପରିବାର କିମ୍ବା ବନ୍ଧୁମାନେ ସାତ ବର୍ଷ ପର୍ଯ୍ୟନ୍ତ ଜୀବନ୍ତ କିମ୍ବା ମୃତ ବ୍ୟକ୍ତିଙ୍କ ବିଷୟରେ କୌଣସି ଖବର ଶୁଣନ୍ତି ନାହିଁ , ଛାଡପତ୍ର ପାଇଁ ଏହା ଏକ ବୈଧ କାରଣ ଭାବରେ ବିବେଚନା କରାଯାଏ।

କୁହାଯାଏ ମନରେ ଫାଟ ହେଲେ ସମ୍ପର୍କରେ ଫାଟ ହୁଏ।ଧାରା ୧୩ ଖ ଅନୁଯାୟୀ, ବ୍ୟକ୍ତି ଉଭୟ ପକ୍ଷର ପାରସ୍ପରିକ ସହମତି ଅନୁଯାୟୀ ଛାଡପତ୍ର ପାଇଁ ଆବେଦନ କରିପାରିବେ। ଏହି ବ୍ୟବସ୍ଥାକୁ ୧୯୭୬ରେ ଅଧିନିୟମରେ ଯୋଗ କରାଯାଇଥିଲା ଏବଂ ଏହା ଉକ୍ତ ଅଧିନିୟମରେ ଛାଡପତ୍ର ନିମନ୍ତେ ସ୍ଥାନିତ ଅନ୍ୟ ସମସ୍ତ କାରଣ ଓ ପ୍ରକ୍ରିୟା ଠାରୁ ଅଧିକ ସହଜ,ସରଳ ଏବଂ କମ ସମୟସାପେକ୍ଷ ହୋଇଥାଏ।

ଆଇନ୍ ଅନୁଯାୟୀ କେବଳ ଛାଡପତ୍ର ପାଇଁ ଆବେଦନ କରିଦେଲେ ଯେ ବିବାହ ବିଚ୍ଛେଦ ହୋଇଯାଏ ଓ ବ୍ୟକ୍ତିଜଣଙ୍କ ତତକ୍ଷଣାତ ପୁର୍ନବିବାହ କରିବାକୁ ଯୋଗ୍ୟ ହୋଇଯାଏ,ସେପରି ଭାବିବା ଭୁଲ।ହିନ୍ଦୁଅଧିନିୟମ, ୧୯୫୫ର ରେ ଧାରା ୧୫ ଅନୁଯାୟୀ ଛାଡପତ୍ର ପାଇଥିବା ବ୍ୟକ୍ତି ଜଣଙ୍କ ସେତେବେଳେ ପୁନଶ୍ଚ ବିବାହ କରିପାରନ୍ତି,ଯେତେବେଳେ ;


- ଏହି ଛାଡପତ୍ରର ଏକ ଆଦେଶ ଦ୍ଵାରା ବିବାହ ବିଲୋପ ହୋଇଯାଏ ଏବଂ ଏହି ଆଦେଶ ବିରୁଦ୍ଧରେ ଅପିଲ୍ କରିବାର ଅଧିକାର ରୁହେ ନାହିଁ କିମ୍ବା


- ଯଦି ଏପରି ଆବେଦନ କରିବାର ଅଧିକାର ଥାଏ, ମାତ୍ର ଅପିଲ୍ କରିବାର ସମୟ ସୀମା ସମାପ୍ତ ହୋଇଯାଇଥାଏ,ତାହାହେଲେ ଯାଇ ଏହା କରାଯାଇପାରେ।


ତେବେ ସେହି ଛାଡପତ୍ର ପ୍ରାପ୍ତ ଦମ୍ପତି ନିଜ ମଧ୍ୟରେ ପୁନର୍ବାର ବିବାହ କରିବାକୁ ନେଇ ମଧ୍ୟ କୈାଣସି ଆଇନଗତ ପ୍ରତିବନ୍ଧକ ନାହିଁ।

Our Recent Posts